କୋକସରା ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ବିଜ୍ଞାନ ପ୍ରଦର୍ଶିତ ମେଳା ଅନୁଷ୍ଠିତ

Koksara Block Level Energy Conservation Science Exhibition Fair held
ଧର୍ମଗଡ : ଆଧୁନିକ ଯୁଗରେ ବିଜ୍ଞାନ ର ଆବଶ୍ୟକତା  ପ୍ରତିଟି କ୍ଷେତ୍ରରେ ମାନବ ସମାଜ ପାଇଁ ଅପରିହାର୍ଯ୍ୟ,ଆଗାମୀ ସମୟରେ ବିଭିନ୍ନ ଉତ୍ସ ରୁ ଶକ୍ତି ସଂରକ୍ଷଣ ର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀ ଙ୍କ ଜ୍ଞାନ ଆହରଣ ପାଇଁ ବିଜ୍ଞାନ ମେଳା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ବିଜ୍ଞାନ ମେଳା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଆମେରିକା ୟୁନିଭରସିଟି ବେରୁଟ ର ରସାୟନ ବିଜ୍ଞାନ ର ପ୍ରଫେସର ଡ଼. ଦିଗାମ୍ବର ପାତ୍ର ଯୋଗଦେଇ ନିଜ ବୈଜ୍ଞାନିକ ଜୀବନ ର ଅନୁଭୂତି ବିଷୟରେ କହିବା ସହ ଜଣେ ସଫଳ ବୈଜ୍ଞାନିକ ହେବାକୁ ହେଲେ ବିଜ୍ଞାନ ର ପୃଷ୍ଠଭୂମି ଉପରେ ଏକାଗ୍ରତା,ଜ୍ଞାନ ଆହରଣ ର ଜିଜ୍ଞାସା ଓ ଆତ୍ମବିଶ୍ବାସ ହିଁ ଜଣେ ସଫଳ ବୈଜ୍ଞାନିକ ହେବାର ମୂଳମନ୍ତ୍ର ବୋଳି ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ଶିକ୍ଷା ବିଭାଗ ବିଜ୍ଞାନ ମେଳା ସଂଯୋଜକ ଦୁଷ୍ମନ୍ତ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦଯାପନି କାର୍ଯ୍ୟକ୍ରମ ପୂର୍ବରୁ ଅଗ୍ରଦେବ ଶ୍ରୀ ଗଣେଶ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଏହି ବିଜ୍ଞାନମେଳା ରେ ବ୍ଲକ ର ୨୫ ଉଚ୍ଚ ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି  ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଥଲେ। ବିଜ୍ଞାନ ପ୍ରଦର୍ଶନ ରେ ସର୍ବଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶିତ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ। କାଉଡୋଲା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ଜବାହାର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
Comments (0)
Add Comment