କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନ୍‌ରେ ଏକ ମାଲ୍‌ବାହି ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଡୁମାଣୁ ଖବର :- ଗତକାଲି ବାଂଲାଦେଶ ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି | ଢାକା ଡିଭିଜନ୍‌ର କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନ୍‌ରେ ଏକ ମାଲ୍‌ବାହି ଟ୍ରେନ୍‌, ଏକ ଯାତ୍ରୀବାହି ଟ୍ରେନ୍‌କୁ ପଛରୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।ସୂଚନା ଅନୁଯାୟୀ ଢାକା ଯାଉଥିବା ଗୋଧୂଳି ଏକ୍ସପ୍ରେସ୍‌କୁ ମାଲବାହି ଟ୍ରେନ୍‌ ଧକ୍କା ଦେଇଥିଲା।ଯାତ୍ରୀବାହି ଟ୍ରେନ୍‌ର ଦୁଇଟି ବଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଯାତ୍ରୀ ସେହି ବଗି ଗୁଡ଼ିକ ମଧ୍ୟରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ୍‌, ଅଗ୍ନିଶମ ବିଭାଗ ଏବଂ ରାପିଡ୍‌ ଆକ୍‌ସନ୍‌ ବାଟାଲିୟନ୍‌ ଲୋକମାନଙ୍କୁ ଉଦ୍ଧାର କରିଥିଲେ।

#Bangaladesh #TrainAccident # DumaniKhabar
Comments (0)
Add Comment