ଓଡ଼ିଶାରେ ଖୋଲିବ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ

AIFF-FIFA Talent Academy to open in Odisha

ଭୁବନେଶ୍ୱର, ୨୧ା୧୧ : କଳିଙ୍ଗଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ କତାର ମଧ୍ୟରେ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ପୂର୍ବରୁ ଏଆଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ତୃଣମୂଳସ୍ତରରୁ ଖେଳାଳି ଚୟନ କରି ସ୍ୱତନ୍ତ୍ର ଭାବେ ଏକାଡେମୀରେ କୋଚିଂ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ଅବସରରେ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫିଫା ମୁଖ୍ୟଙ୍କ କହିବା କଥା ଭାରତୀୟ ଖେଳାଳିଙ୍କ ପାଖରେ ପ୍ରତିଭା ଅଛି । ହେଲେ ସେମାନେ କେବେ ବିଶ୍ୱକପ ଫୁଟବଳ ଖେଳିବେ ମୁଁ କହିପାରିବିନି । ମାତ୍ର ଏହି ଏକାଡେମୀ ମାଧ୍ୟମରେ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳି ଭାରତୀୟ ଟିମରେ ସାମିଲ ହେବେ ଏ ପ୍ରତିଶ୍ରୁତି ମୁଁ ଦେଉଛି । ଭାରତୀୟ ଫୁଟବଳ ସଂଘ ଭୁବନେଶ୍ୱରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ୱରରେ ଯେଉଁଭଳି କ୍ରୀଡା ଭିତ୍ତିଭୂମି ରହିଛି ଏହାଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡ଼ିଶା ହେଉଛି କ୍ରୀଡାର ପ୍ରଥମ ପସନ୍ଦର ଜାଗା । ଏବେ ଫୁଟବଲକୁ ଅଧିକ ପ୍ର•ର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ ନିର୍ମାଣ କରିଛନ୍ତି । ଏଆଇଏଫ୍‌ଏଫ୍‌ ଫିଫା ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ୱରରେ ଥିବା ୭ମ ବାଟାଲିଆନରେ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ଓ ୧୭ ବର୍ଷରୁ କମ ବୟସ ବର୍ଗର ଖେଳାଳି ଚୟନ କରାଯିବ । ତେବେ ଭାରତୀୟ ଫୁଟବଳ ଖେଳାଳି କାହିଁକି ବିଶ୍ୱକପ ଫୁଟବଳ ଖେଳି ପାରୁନାହାନ୍ତି, ଏହା ସମସ୍ତଙ୍କ ଲାଗି ବଡ଼ ପ୍ରଶ୍ନ । କିନ୍ତୁ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କୁ ସୁବିଧା ସୁଯୋଗ ମିଳୁଛି । ଆଗାମୀ ଦିନରେ ଭାରତୀୟ ଫୁଟବଲ ୧୦୨ରାଙ୍କରୁ ଉପରକୁ ଉଠି ନିଜର ପ୍ରତିଭାକୁ ପ୍ରମାଣିତ କରିବ ବୋଲି ଆଶା ରଖିଛନ୍ତି ଏଆଇଏଫ୍‌ଏଫର ସଭାପତି କଲ୍ୟାଣ ଚୌବେ ।

#bhubaneswar#dumanikhabar#FIFA#latestnews#localnews#news#odisha
Comments (0)
Add Comment