ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Demand letter from Bhadrak Town Congress Committee to the District Collector

ଭଦ୍ରକ ନୂଆବଜ଼ାର ସ୍ଥିତ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ସିଟି ହସ୍ପିଟାଲ କରାଯାଉ ଦାବିରେ ଆଜି ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ll ବର୍ତମାନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟି ଗେଲପୁର ସ୍ଥିତ ନୂତନ ବିଲଡିଂକୁ ସ୍ଥାନାନ୍ତରିତ ହେଉଥିବାରୁ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି ll ହେଲେ ନୂଆବଜ଼ାର ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭରଶିଳ ଶହ ଶହ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବପରି ନୂଆବଜ଼ାର ସ୍ଥିତ ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କଂଗ୍ରେସ କମିଟି ପକ୍ଷରୁ ଦାବୀ ହୋଇଛି ll ଭଦ୍ରକ ଟାଉନ କଂଗ୍ରେସ କମିଟି ନେତା ଅବଦୁଲ ମୋକିତ ଖାଁ ଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି,କାଉନସିଲର ହେମନ୍ତ ସାହୁ, ପୀତବାସ ଧଳ, ପୂର୍ବତନ ସେକ ଗୋଲାମ ମହିଉଦିନ, ନାରୀ ନେତ୍ରୀ ଅମିତା ଆଚାର୍ଯ୍ୟ, ଶର୍ମିଷ୍ଠା ପଣ୍ଡା, ହସିନା ଖାତୁନ, ସାଇଖ ରୋହିତ ରୋଶନ, ଅବଦୁଲ ୟସୀମ ଖାଁ, ସେକ ଅବଦୁଲ ସଲାମ, ପଦ୍ମଲୋଚନ ବେହେରା, ରାଜୁ ପ୍ରସାଦ ରାୟ, କୃଷ୍ଣ ଚନ୍ଦ୍ର ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା ପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ l

ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର
Comments (0)
Add Comment