ସୁବର୍ଣ୍ଣପୁର,: ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ୍ ଅଞ୍ଚଳ ର ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ୧୦ ମଇ ରେ ହୀରାକୁଦ କେନାଲ ପାଣି ବନ୍ଦ ହୋଇଗଲେ ଅନେକ ଅଞ୍ଚଳ, ଯେଉଁଠାରେ ଧାନ ଚାଷ ଆରମ୍ଭ କରିବା ବିଳମ୍ବ ହେଇଥିଲା ଯଥା ଭିମଟିକିରା, ଅନ୍ଧାରିବାଞ୍ଜି, ବଡକର୍ଲେ,ପଣ୍ଡକିଟାଲ, ବେହେରାମାଲ୍, ରାମପୁର, ସମେଲେଇଚୁଁଆ ଅଞ୍ଚଳ ରେ ଧାନ ଅପରିପକ୍ଵ ହେବ ଓ ଏହା ଦ୍ୱାରା କଟନି ଛଟିନି ସମସ୍ୟା ବଢିବ ତଥା ଉତ୍ପାଦନ କମିବା ଦ୍ୱାରା ଚାଷୀ କ୍ଷତି ସହିବାର ସମ୍ଭାବନା ବଢିଯିବ । ଏଣୁ ଆସିଥିବା ଚାଷୀ ପ୍ରତିନିଧି ମାନେ ଜଳ ସେଚନ ର ଅବଧି କୁ ଅନ୍ୟୁନ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲେ ତଳିମୁଣ୍ଡ ର ଡୁଙ୍ଗୁରିପାଲି ଓ ବିନିକା ବ୍ଲକ୍ ର ଚାଷୀ ମାନେ ଉପକୃତ ହେବେ । ଆହୁରି ମଧ୍ୟ ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭପତି ପ୍ରଦ୍ୟୁମ୍ନ ପାଢ଼ୀ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି ବିଗତ ଅଦିନିଆ ବର୍ଷା ରେ ଏହି ସବୁ ଅଞ୍ଚଳରେ ହୋଇଥିବା ବ୍ୟାପକ କ୍ଷୟ କ୍ଷତି ଆକଳନ କରିବା ପାଇଁ ଏଯାଏଁ କୌଣସି ଅଧିକାରୀ ଯାଇନାହାନ୍ତି l ଭି ଏ ଡବ୍ଲୁ, ଆର୍ ଆଇ ଠୁ ଆରମ୍ଭ କରି ସବୁ ଅଧିକାରୀ ଏସି ରୁମ୍ ଭିତରୁ ଚାଷୀ ର ଭାଗ୍ୟ ସହ ଖେଳୁଛନ୍ତି । ସେମିତି ରେ ବି କ୍ଷୟ କ୍ଷତି ଆକଳନ , କ୍ଷତିପୂରଣ ପ୍ରଦାନ , ଚାଷୀ କୁ ବୀମା ପ୍ରଦାନ ଆଦିରେ ସୁବର୍ଣ୍ଣପୁର ଜିଲ୍ଲା ତଳ ପଟୁ ପ୍ରଥମ। ଏଣୁ ଶୀଘ୍ର ଆକଳନ ସହ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଜଳସେଚନ ଅବଧି ବୃଦ୍ଧି ନକଲେ ସଂଗଠନ ତରଫ ରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି l
Comments (0)
Add Comment