ବଟିକା ଖାଇ ମରିଗଲେ ମହିଳା

ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁ ର ସୁଧୀର ନାଏକ ଙ୍କ ସ୍ତ୍ରୀ ଅଞ୍ଜଳି ନାଏକ ଙ୍କ ଫାଇଲେରିଆ ବଟିକା ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବେଲପଡା ଡାକ୍ତରଖାନା ଘେରିଲେ ଗ୍ରାମବାସୀ ଓ ପରିବାର। ସୂଚନା ମୁତାବକ ମଧ୍ୟପୁର ଗାଁ ର ଅଞ୍ଜଳି ନାଏକ ଙ୍କୁ ଗତକାଲି ଆଶା ଫାଇଲେରିଆ ଔଷଧ ଖୁଆଇଥିବା ବେଳେ ରାତିରେ ଗୁରୁତର ହୋଇଥିଲେ, ପରିବାର ଲୋକ ତାଙ୍କୁ ବେଲପଡା ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ତରଫରୁ ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିବା ପରେ ଡାକ୍ତରଖାନା ତରଫରୁ ଖଣ୍ଡନ କରାଯାଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର। ବେଲପଡା ତହସିଲଦାର ଓ ଥାନା ଅଧିକାରୀ ଗାଁ ଓ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖି ଥିବା ସୂଚନା ମିଳିଛି !

Comments (0)
Add Comment