ବେଙ୍ଗାଲୁରୁ, : ଉଦୀୟମାନ ଓଡ଼ିଆ ରାପର୍ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି । \”ଜଗରନଟ\’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ବେଙ୍ଗାଲୁରୁର ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ଅଭିନବଙ୍କ ପରିବାରକୁ ହସ୍ତାନ୍ତର କରିଛି । ଅଭିନବଙ୍କ ପରିବାର ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ସ୍ତ୍ରୀ ଏବଂ ଅନ୍ୟ କେତେଜଣଙ୍କ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । ଅଭିନବଙ୍କ ବାପା ବିଜୟ ନନ୍ଦ ସିଂହ ପ୍ରାୟ ୮-୧୦ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି । ପରିବାର ଲୋକ ତାଙ୍କ ସ୍ତ୍ରୀଙ୍କ ଉପରେ ମାନସିକ ନିର୍ଯାତନା ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣା ପଛର କାରଣ ଉନ୍ମୋଚନ କରିବା ପାଇଁ ପ୍ରମାଣ ସଂଗ୍ରହ କରୁଛି । ଅଭିନବ ସିଂହ ଓଡ଼ିଆ ରାପ୍ ଜଗତରେ ଜଣେ ପ୍ରମୁଖ ତାରକା ଭାବରେ ଉଭା ହୋଇଥିଲେ । ସେ ତାଙ୍କର \”କଟକ ଆନ୍ଥେମ\’ ଟ୍ରାକ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ, ତାଙ୍କ ସଙ୍ଗୀତ ପ୍ରାୟତଃ ସ୍ଥାନୀୟ ସାଂସ୍କୃତିକ ଉପାଦାନଗୁଡ଼ିକୁ ସମସାମୟିକ ରାପ ଶୈଳୀ ସହିତ ମିଶ୍ରଣ କରିଥାଏ । ସେ ଓଡ଼ିଆ ରାପକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ରାଜ୍ୟ ବାହାରେ ଶ୍ରୋତାଙ୍କ ନିକଟରେ ପହଞ୍ଚିବା
ପାଇଁ ଣକ୍ଟଙ୍କଞଙ୍କଭର ଏବଂ ଝକ୍ଟ୍ରକ୍ଟଗ୍ଧସଲଚ୍ଚ ଭଳି ପ୍ଲାଟଫର୍ମକୁ ବ୍ୟବହାର କରିଥିଲେ ।