ଫିଟନେସ ନ ଥିବା ଗାଡି ରେ ବୁଲୁଛି ୱାଟରଶେଡ଼ ଯାତ୍ରା ର ସଚେତନତା ରଥ l ଏହି ରଥ ପାଞ୍ଚ ଗୋଟି ବ୍ଲକ ରେ ବୁଲି ଚାଷୀ ମାନଙ୍କୁ ସଚେତନ କରାଇବ l ଆଜି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟକ୍ରମ ପରିସର ରୁ ରଥ ବାହାରିଥିଲା l କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ୱାଟରଶେଡ଼ ଯାତ୍ରା ର ରଥ ପାଞ୍ଚ ଦିନରେ ପାଞ୍ଚ ଟି ବ୍ଲକ ରେ ବୁଲି ଚାଷୀ ମାନଙ୍କୁ ସଚେତନତା କରାଇବାର କାର୍ଯ୍ୟକ୍ରମ ରହିଛି l ଚାଷୀ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ସ୍କିମ ବିଷୟରେ ସଚେତନତା କରାଇବା ପାଇଁ ଏ ଗୋଟେ ପ୍ରୟାସ ବୋଲି ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି l ବଡ଼ ଆଶର୍ଯ୍ୟ ର ବିଷୟ ଚାଷୀ ମାନଙ୍କୁ ସଚେତନତା କରାଇବା ପାଇଁ ୱାଟରଶେଡ଼ ଯାତ୍ରା ରଥ ଗାଡିର ଫିଟନେସ ଗତ ଏକ ଫେବୃଆରୀ 2025 ରେ ଶେଷ ହୋଈ ଯାଇଛି l ଫିଟନେସ ନ ଥିବା ଗାଡି କିପରି ୱାଟରଶେଡ଼ ଯାତ୍ରା ର ରଥ ଭାବେ ବୁଲୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏଥି ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ କୋରାପୁଟ ବାସିନ୍ଦା ଦାବି କରିଛନ୍ତି l ଏ ନେଇ କୋରାପୁଟ ଆଞ୍ଚଳିକ ପରିବହନ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ l ସେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। କୋରାପୁଟ ରୁ ସି ଏଚ ଭଗବତୀ ଆଚାରି ଙ୍କ ରିପୋର୍ଟ ଡୁମାନି ଟିଭି।