୨୨ ଓ ୨୩ରେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର, : ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ । ତୃତୀୟ କିସ୍ତି ପରେ ଯେଉଁମାନଙ୍କୁ ୨୧ ବର୍ଷ ହେଇ ଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ସୁଭଦ୍ରାକୁ ସହଜ ଲବ୍ଧ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହେଇ ଯାଇଥିବ । ସେମାନେ କରି ପାରିବେ ଆବେଦନ । ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଚି । ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ । ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ । ରବିବାର ଭଦ୍ରକର ୫ ଜଣ ହିତାଧିକାରୀ ଯେଉଁମାନେ ଅଯୋଗ୍ୟ ହୋଇଥିଲେ ତାଙ୍କ ସହ ଆଲୋଚନା କରିଥିଲି । ସେମାନେ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିଲେ ସେତେବେଳେ ସେମାନେ ଠିକ ଥିଲେ । ମଝିରେ ସେମାନେ କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ଦର୍ଶାଇଥିବାରୁ ସୁଭଦ୍ରାର ଦ୍ୱିତୀୟ ମିଳିନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଛି । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କାଟାଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ । ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା । ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ । ଏବେ ନୂଆ କରି ଆବେଦନ କରି ହେବ ନାହିଁ । ପୋର୍ଟାଲ ଭେରିଫିକେଶନ ଅନୁସାରେ ଏକ କୋଟିର ହିତାଧିକାରୀ । ଏକ ଲକ୍ଷ ହିତାଧିକାରୀ ଦ୍ୱିତୀୟ କିସ୍ତିରୁ ବାଦ ପଡିଛନ୍ତି । ସେଇ ଏକ ଲକ୍ଷ ମହିଳା ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀରୁ ଯେଉଁମାନେ ବାଦ ପଡ଼ିବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ସର୍ଭେ କରାଯିବ । କାହିଁକି ସେମାନେ ପ୍ରଥମ କିସ୍ତି ପରେ ଦ୍ୱିତୀୟ କିସ୍ତିରୁ ବାଦ ପଡିଛନ୍ତି । ତାପରେ ସାମୁହିକ କାର୍ଯ୍ୟକ୍ରମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ।

Comments (0)
Add Comment