୨ବର୍ଷ ତଳେ ମିଳିଥିବା ଅନୁଦାନରେ ନିର୍ମାଣ ହୋଇ ପାରୁନି ମି

ଭଦ୍ରକ, : ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସପ୍ତମ ଜିଲ୍ଲାପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ଧାନ କିଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । କଟନିଛଟନିକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ସହ ବିଧାୟକମାନଙ୍କ କଥା କଟାକଟି ହୋଇଥିଲା । ଧାନର କିଣାକୁ ନେଇ ଉତ୍ତେଜନା ଏପରି ରହିଲା ବୈଠକ ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ କି ଧୁପ ଲାଗି ପାରିଲା ନାହିଁ । ଆରମ୍ଭ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପ୍ରଦୀପ ଲାଗି ପାରିଲା ନାହିଁ ଆରମ୍ଭ ହେଲା ଧାନ କଳି । ଧାନକୁ ନେଇ ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ,
ନାରାବାଜି ଚାଲିଲା, ଚାଷୀ ଧାନ ଧରି ବୈଠକକୁ ଧସେଇ ପଶିଲେ ଜିଲ୍ଲାପାଳଙ୍କୁ ଆଗରେ ଧାନ ରଖି ଅଭିଯୋଗ କଲେ । କଟନିଛଟନି ଓ ମିଲରଙ୍କ ମନମାନି ପାଇଁ ଭଦ୍ରକ ଜିଲ୍ଲା ପରିଷଦ ବୈଠକ ଅଶାନ୍ତ ହୋଇପଡିଥିଲା । ବୈଠକ ଆରମ୍ଭରୁ ଚାଷୀମାନେ ଭଦ୍ରକ ଜିଲ୍ଲା ପରିଷଦ ସଭା ଗୃହକୁ ପଶି ଯାଇଥିଲେ । କଟନିଛଟନି ହେଉଥିବାରୁ ଧାନକୁ ଜିଲ୍ଲାପାଳ ଓ ଅନ୍ୟ ବିଧାୟକଙ୍କ ସାମ୍ନାରେ ରଖିଥିଲେ । କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ସମାନ ଭାବେ କଟନିଛଟନି ଓ ମିଲରଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିଧାୟକମାନେ ସ୍ୱର ଉତ୍ତୋଳନ କରିଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ବାସୁଦେବପୁର ବିଧାୟକ
ଆଶୋକ ଦାସ କହିଛନ୍ତି ଯେ ପ୍ରତ୍ୟେକ ମଣ୍ଡିରେ ୭ କିଲୋରୁ ୮ କିଲୋ କଟନିଛଟଣୀ କରାଯାଉଥିବା ବେଳେ ଏକଥାକୁ କେହି କର୍ଣ୍ଣପାତ କରୁ ନାହାଁନ୍ତି ବୋଲି କହିଥିଲେ । ଆଲୋଚନା ବେଳେ ବୈଠକରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉଭୟ ଦଳର ସମର୍ଥକ ମାନେ କାର୍ଯ୍ୟଳୟ ଠାରେ ନାରାବାଜି କରିଥିଲେ । ତେବେ ଚାଷୀଙ୍କ କହିବା କଥା ଯେ, ମିଲରମାନେ ଧାନ ନେଉ ନଥିବା ଯୋଗୁଁ ଚାଷୀ ଧାନ ଦେଇ ପାରୁ ନାହାଁନ୍ତି । ଚାଷୀଙ୍କ ଟୋକନ ଅବଧି ସରିବା ପାଇଁ ବସିଛି । ଏମିତି ସ୍ଥିତିରେ ସମସ୍ତେ କଟନି ଛଟନି ହେଉନଥିବା କହୁଥିବା ବେଳେ ବିନା କଟନିଛଟନିରେ ଧାନ ନିଆ ଯାଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏତିକି ବେଳେ ଭଦ୍ରକ ବିଧାୟକ କହିଛନ୍ତି ଯେ ଚାଷିଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି । ତେଣୁ ବିରୋଧୀ ଦଳ ବୈଠକ ଭଣ୍ଡୁର କରିବା ପାଇଁ
ଚେଷ୍ଟା କରୁଛନ୍ତି । ଭଦ୍ରକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସମୁଖରେ ଚାପ ଉତ୍ତେଜନା ଦେଖା ଦେଇଥିଲା । ବିଜେପି ସମର୍ଥକ ଏବଂ ବିଜେଡି ସମର୍ଥକଙ୍କର ଭିଡ ଲାଗିଥିଲା ବାହାରେ । କୌଣସି ଅପ୍ରୀତିକର ପରିସ୍ଥିତି ଦୁରେଇବା ପାଇଁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା ବାହାରେ ।

Comments (0)
Add Comment