କୋରାପୁଟ : କୋରାପୁଟ ପୂଜାରୀପୁଟ ସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ ପରିସର ରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ କୁ ନେଇ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଏଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଶେଷ କରି ଓଡ଼ିଆ ପାରମ୍ପାରିକ ଖାଦ୍ୟ ଆରିଷ କାକରା ମାଲପୁଆ ଗଇଟା ପୋଡ ପିଠା ଏବଂ ଅନେକ ପ୍ରକାର ପିଠା ଗୃହିଣୀ ମାନେ ଖାଦ୍ୟ ମେଳା ରେ ପ୍ରଦର୍ଶନ କରଯାଇଥିଲା। ବିଶେଷ କରି ଆଜି କା ଦିନ ରେ ଯୁବ ବର୍ଗ ପାରମ୍ପାରିକ ଖାଦ୍ୟ କୁ ପସନ୍ଦ କରି ନ ଥାନ୍ତି। ସେମାନେ ସବୁ ବେଳେ ବାହାର ଖାଦ୍ୟ ଖାଇଥାନ୍ତି। ବାହାର ଖାଦ୍ୟ ଖାଇ ଅନେକ ସମୟରେ ଦେହ ଖରାପ ଭି ହୋଇଥାଏ। ତେଣୁ ଏଇ ପାରମ୍ପରିକ ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ଘରୋଇ ଅଟେ। ଏଥିରେ କୌଣସି କେମିକାଲ ବ୍ୟବହାର ହୋଇ ନଥାଏ। ଏଣୁ ଏଇ ଖାଦ୍ୟ ଖାଇଲେ ଦେହ ମଧ୍ୟ ଭଲ ରହିଥାଏ ବୋଲି ଖାଦ୍ୟ ପରସୁ ଥିବା ଗୃହିଣୀ ମାନେ କହିଛନ୍ତି। ଆଖପାଖ ର ଅନେକ ଲୋକ ଏଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।