ଧର୍ମଗଡ଼: ଓଲଟିଲା ସ୍କୁଲ ବସ ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରେ ଓଲଟିଲା ସ୍କୁଲ ଭେନ୍, ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୮ ଜଣ ଛାତ୍ର ଛାତ୍ରୀ । ଦୁର୍ଘଟଣା ପରେ ଅଞ୍ଚଳବାସୀ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଡ୍ରାଇଭର ର ବେପାରୁଆ ଗାଡି ଚାଳନା ଜଗୁ ଏଭଳି ସ୍ଥିତି ଉପୁଜିଛି। ମୁଖିଗୁଡ଼ା ସ୍ଥିତ ଭେଙ୍କଟେଶ୍ୱର୍ ଇଂଲିଶ ମିଡିୟମ୍ ସ୍କୁଲର ଭେନ ଆଜି ସକାଳ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଯାଉ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।ସ୍କୁଲ ବସ ଗୁଡିକର ସୁରକ୍ଷା କୁ ନେଇ ଅଭିଭାବକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲ ବସ ଗୁଡିକ ଭଲ ସ୍ଥିତିରେ ନଥିବା ଅଭିଯୋଗ ହେଉଛି।ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହୋଇଛି।