ଭୁବନେଶ୍ୱର,: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ
ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି । ଅସାନସୋଲ ଦକ୍ଷିଣର ବିଧାୟକ ଶ୍ରୀମତୀ ଅଗ୍ନିମିତ୍ର ପାଲ ଏହି ପୁରସ୍କାର ପ୍ରଦାନ କରିଥିଲେୟ ମାଗସେସେ ପୁରସ୍କାର ବିଜେତା ଅଂଶୁ ଗୁପ୍ତା; ଏବଂ ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ଗ୍ଲୋବାଲ ପ୍ରେସିଡେଣ୍ଟ ଶ୍ରୀ ଶେଖର ମେହେଟ୍ଟା ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ । ଜେଏସପି ଏହାର ପ୍ରମୁଖ କାର୍ଯ୍ୟକ୍ରମ ଜିନ୍ଦଲ ଆଶା ପାଇଁ ଶିକ୍ଷା
ବର୍ଗରେ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବର୍ଗରେ ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି । ଜିନ୍ଦଲ
ଆଶା ଦିବ୍ୟଙ୍ଗ ପିଲାମାନଙ୍କୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟତା କରୁଥିବା ବେଳେ କିଶୋରୀ ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ରକ୍ତହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏକ ସୁସ୍ଥ ସମାଜ ଗଠନ ପାଇଁ ଜେଏସପିର ଅଧ୍ୟକ୍ଷ ତଥା ତୃତୀୟ ଥର ସାଂସଦ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ଏବଂ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିର ନିରନ୍ତର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟ ଗୁଡ଼ିକୁ ସଶକ୍ତ କରୁଛି । ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏହି ସଫଳତା ସମ୍ପର୍କରେ କହିଛନ୍ତି ଯେ, ସପ୍ତମ ଆଇସିସି ସୋସିଆଲ ଇମ୍ପାକ୍ଟ ପୁରସ୍କାର
କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ପାଇଁ ଆମେ ଆଇସିସିକୁ ଧନ୍ୟବାଦ ଜଣାଉଛୁ । ଏହି ପୁରସ୍କାର ଅବହେଳିତ ଲୋକମାନଙ୍କର ଜୀବନରେ
ପରିବର୍ତ୍ତନ ଆଣିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ୟ ଆମେ ଆମର ସାମାଜିକ ପଦକ୍ଷେପ ମାଧ୍ୟମରେ ସକାରାତ୍ମକ ପରିବତ୍ତନ ଜାରି ରଖିବୁ, ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଦୁର୍ବଳ ଏବଂ ଅବହେଳିତ ମାନଙ୍କ ସଶକ୍ତୀକରଣ, ଗୁଣାତ୍ମକ ଶିକ୍ଷା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବୁ । ବିଗତ ବର୍ଷ ମଧ୍ୟରେ ଜିନ୍ଦଲ ଫାଉଣ୍ଡେସନ ସମଗ୍ର ଭାରତରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ନିୟୁତରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ଦାରିଦ୍ର୍ୟ, କ୍ଷୁଧା, ବେରୋଜଗାରୀ ହ୍ରାସ ଏବଂ ସାମାଜିକ ବିକାଶ ପାଇଁ ସଚେତନତା ବୃଦ୍ଧି ସହିତ ଏହି ପଦକ୍ଷେପ ଗୁଡ଼ିକ ଏହି ଅଞ୍ଚଳରେ ଜୀବନଜୀବିକା
କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣି ପାରିଛି ।