ସୁଭଦ୍ରାକୁ ନେଇ ବଡ଼ ଖବର ଏକାଠି ମିଳିବ ୨ଟି କିସ୍ତ

ଭୁବନେଶ୍ୱର,: ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର । “ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ଏଣିକି ୨ଟି କିସ୍ତି ଏକାଠି ମିଳିବ । ରାଜ୍ୟ କ୍ୟାବିନେଟରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି । ସୁଭଦ୍ରା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ
ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିପାଇଁ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ସହାୟତା ମିଳିବ । ୧ କିଲୋୱାଟ ସୋଲାର ଲାଗି ରାଜ୍ୟ ଅତିରିକ୍ତ ୨୫ ହଜାର ଦେବ । କେନ୍ଦ୍ରର ୩୦ ହଜାର ସବସିଡ ବାଦ ରାଜ୍ୟ ସରକାର ୨୫ ହଜାର ଦେବେ । ୩ କିଲୋୱାଟ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮ ହଜାର । ତେବେ ସୁଭଦ୍ରା ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ଦୁଇଥର ମିଳୁଥିଲା । ଏଣିକି ଗୋଟିଏ ଥରରେ ୨ଟି କିସ୍ତି ମିଳିବ । ଏଥିପାଇଁ ରାଜ୍ୟ ସରକାର
କିଛି ସର୍ତ୍ତ ରଖିଛନ୍ତି । ଯଦି ଆପଣ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା “ସୁଭଦ୍ରା’ ଆବେଦନ କରିଥିବେ ତେବେ ୨ଟି କିସ୍ତିର ଟଙ୍କା ମିଳିବ । ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ ବୋଲି ସୂଚନା ମିଳିଛି ।

Comments (0)
Add Comment