ସାପ ଧରାଳିଙ୍କ ଦ୍ୱାରା , ୩୪ ଟି ନାଗ ସାପ ଅଣ୍ଡା ଉଦ୍ଧାର

ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ର କୃପାସିନ୍ଧୁ ସ୍ୱାଇଁ ଙ୍କ ବାଡିରୁ ରବିବାର ଦିନ ୩୪ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଛି ଯାହାକୁ ଦେଖିବା ପାଇଁ ଅନେକ ଲୋକ ଙ୍କ ସମାଗମ ହୋଇଥିଲେ। ସୂଚନା ମୁତାବକ ରବିବାର ଉକ୍ତ ବ୍ୟକ୍ତି ଙ୍କ ବାଡ଼ିରେ ଧାନ ଉସିଆଁ ଚୁଲି ନିକଟରେ ଧାନ ନନ୍ଦିଆ ଟେକିବା ସମୟ ରେ ଘର ଲୋକ ଉତେଜ୍ଜିତ ଅବସ୍ଥା ରେ ଏକ ସାପ ଆଉ ତା ନିକଟରେ କିଛି ଅଣ୍ଡା ମଧ୍ୟ ଦେଖିବାକୁ ପାଇଥିଲେ।ଏହି ଘଟଣା ଦେଖିବା ପରେ ଘର ଲୋକ ଙ୍କ ତରଫରୁ କାକଟପୁର ବାଜପୁର ସ୍ଥିତ ଓଡିଶା ସରୀସୃପ ଉଦ୍ଧାର ମହାସଂଘ ର ଉପଦେଷ୍ଟା ବ୍ରଜକିଶୋର ସାହୁ ଙ୍କୁ ଖବର ଦେଇଥିଲେ ଆଉ ଶ୍ରୀଯୁକ୍ତ ସାହୁ ପହଞ୍ଚି ନନ୍ଦ କାଢ଼ିବା ସମୟ ରେ ମାଟି ତଳେ ଏକ ସୁଡ଼ଙ୍ଗ ଭିତରକୁ ସାପ ଟି ଚାଲିଯାଇଥିଲା ଆଉ ସେ ଅନେକ ପ୍ରୟାସ କରିଥିଲେ ମାତ୍ର ସାପ ଟି ଅଗମଳା ଗଦା ତଳେ ଏଭଳି ଗାତ କରିଥିଲା ଯେ ସାପ କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା, ଆଉ ଘଟଣା ସ୍ଥଳରେ ସାପ ର କାତି କୁ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଏହା ଏକ ନାଗ ସାପ। ସେହି ସ୍ଥାନରୁ ସାପ ର ୩୪ ଟି ଅଣ୍ଡା ଉଦ୍ଧାର କରି ତାକୁ ସୁରକ୍ଷିତ ଭାବେ ବନାଞ୍ଚଳ କାର୍ଯ୍ୟାଳୟ ରେ ପହଞ୍ଚାଇଛନ୍ତି ଶ୍ରୀଯୁକ୍ତ ସାହୁ। ଶ୍ରୀଯୁକ୍ତ ସାହୁ ଙ୍କ କହିବା କଥା ଆଜି କାଲି ବିଲ ବାଡ଼ିରେ ଅଧିକ ମାତ୍ରା ରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ କାରଣ ରୁ ସରୀସୃପ ମାନେ ଏହି ଭଳି ସ୍ଥାନ କୁ ସୁରକ୍ଷିତ ମନେ କରି ଅଣ୍ଡା ଦେବା ପାଇଁ ଆସୁଛନ୍ତି, ଆଉ ପ୍ରତ୍ୟେକ ବ୍ୟକ୍ତି ଘର ନିକଟରେ ଏହିଭଳି ମାଟି ଗଦା, ଇଟା ଗଦା, ଅଗମଳା ଗଦା କରିବା ଦ୍ୱାରା ବିଷଧର ସର୍ପ ଙ୍କ ଆତଯାତ ବୃଦ୍ଧି ଘଟୁଛି ଆଉ ଏହା ଜନବସତୀ ପାଇଁ ବିପଦଜନ୍ନକ ଅଟେ, ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ରହୁଥିବା ଘର ଚତୁଃପାର୍ଶ୍ୱ କୁ ସଫା ସୁତୁରା ରଖିବା ନିତ୍ୟାନ୍ତ ଆବଶ୍ୟକ, ଏହି ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏହି ଘଟଣା ଘଟିଛି ଯାହାକୁ ନେଇ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହୋଇଛି।

Comments (0)
Add Comment