କୋରାପୁଟ ତହସିଲଦାରଙ୍କ ଅଫିସିଆଲ୍ ସର୍ଭିସ ପ୍ଲସ ପୋର୍ଟାଲ ମାଧ୍ୟମରେ ସୂଚନା ସଂଗ୍ରହ କରି ଯେ କୌଣସି ପ୍ରମାଣପତ୍ର ପାଇଁ ଟଙ୍କା ଦାବି କରୁଥିଲେ ସେବାକେନ୍ଦ୍ର ମାଲିକ। ତହସିଲଦାରଙ୍କ ଅଭିଯୋଗ ପରେ କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରୋଣ ଗ୍ରାମର ଗଣେଶ ବେହେରାକୁ ଗିରଫ କରିଥିଲେ। ଗଣେଶ ନିକଟରୁ ମୋବାଇଲ ଫୋନ, କମ୍ପ୍ୟୁଟର, ଲାପଟପ୍, ଚେକ୍ ବହି, ଏହାଧିକ ସିମ୍ ଇତ୍ୟାଦି ଜବତ ହୋଇଛି। ସେହିପରି ଅନ୍ୟ ଏକ ଠକେଇ ମାମଲାରେ କୋରାପୁଟ ସାଇବର ପୁଲିସ କଟକ ଜଗତପୁର ଥାନା ମଣ୍ଡୁଲିରୁ ଅଭିଯୁକ୍ତ ପ୍ରଦୋଷ ପାତ୍ରକୁ ଗିରଫ କରିଛି। ସବ ଇନ୍ସପେକ୍ଟର କୃଷ୍ଣ କୁମାରୀ ପ୍ରଧାନ ଓ ପୁଲିସ ଟିମ୍ ଗିରଫ କରିଥିଲେ। କମ୍ ଦାମରେ ବୋଲେରୋ ପିକଅପ୍ ଭ୍ୟାନ ଦେବାକୁ କହି ଅଭିଯୁକ୍ତ ପ୍ରଦୋଷ କୋରାପୁଟ ସଦର ଥାନା କୋଲାବ ନଗର ବାସିନ୍ଦା ଏସ,ଜୟସେନଙ୍କ ଠାରୁ ୬ ଲକ୍ଷ ୩୫ ହଜାର ଟଙ୍କା ଠକି ନେଇ ଫେରାର ହୋଇଥିଲା। ଅଭିଯୁକ୍ତ ଠାରୁ ଦୁଇ ଲକ୍ଷ ଟଙ୍କା ଜବତ କରା ଯାଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି। କୋରାପୁଟ ରୁ ସି ଏଚ୍ ଭଗବତୀ ଆଚାରି ଙ୍କ ରିପୋର୍ଟ ଡୁମାନି ଟିଭି