ସମ୍ବଲପୁର ଜିଲ୍ଲାର ଗେଣ୍ଡୁ ଫୁଲର ଗାଁ ସନାତନପାଲି।

ବର୍ତ୍ତମାନ ସମୟରେ ପ୍ରଶିଦ୍ଧ ମନ୍ଦିର , ପର୍ଯ୍ୟଟନ ସ୍ଥଳି ସହ ବିଭିନ୍ନ କଳାକୄତି ପାଇଁ ଯେ କୌଣସି ଗାଁ ସାଧାରଣରେ ଚର୍ଚ୍ଚାରେ ଆସିବା ସହ ପ୍ରସିଦ୍ଧି ପାଇଛି । ତେବେ ଆମେ ଆପଣଙ୍କୁ ଆଜି ଏମତି ଏକ ଗାଁ କଥା କହୁଛୁ ଯେଉଁ ଗାଁରେ ହେଉଥିବା ସଫଳ ଗେଣ୍ଡୁ ଫୁଲ ଚାଷ ପାଇଁ ସାରା ଜିଲ୍ଲା ସହ ସମଗ୍ର ରାଜ୍ୟରେ ଏହି ଗ୍ରାମ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ସନାତନପାଲି ଗ୍ରାମର କଥା। ଏହା ହେଉଛି ସନାତନପାଲି ଗ୍ରାମର ଦୄଶ୍ୟ ।ଆଉ ଏଠି ସାଧାରଣ ଚାଷଜମି ରେ ହସି ଫୁଟୁଛି ମନଲୋଭା ଗେଣ୍ଡୁ ଫୁଲ । ଆଉ ସନାତନପାଲି ଗ୍ରାମରେ ଏପରି ସଫଳତା ସହ ଗେଣ୍ଡୁ ଫୁଲ ଚାଷ କରି ନିଜ ଅଞ୍ଚଳର ନାମ କୁ ସାରା ସମ୍ବଲପୁର ଜିଲ୍ଲାରେ ଗ୍ରାମର ଚାଷୀ ବେଶ ପରିଚିତ କରାଇ ପାରିଛନ୍ତି । ଗତ ୨୦୦୨ ମସିହାରେ ସନାତନପାଲି ଗ୍ରାମର ଚାଷୀ ନିରାକାର ପ୍ରଧାନ କିଛି ନୂଆଁ କରିବାର ଉଦ୍ଦେଶ୍ୟରେ ପ୍ରଥମେ ନିଜର ୨୫ ଡିସିମିଲ ଚାଷ ଜମି ରେ ଗେଣ୍ଡୁ ଫୁଲ ଚାଷ କରିଥିଲେ । ତେଵେ ପ୍ରଥମ ବର୍ଷ ରୁ ହିଁ ତାଙ୍କର ଭଳ ପରିମାଣରେ ଫୁଲ ଚାଷ ହେବା ସହ ଭଲ ଦି ପଇସା ଲାଭ ହୋଇଥିଲା। ସେବେଠାରୁ ଗ୍ରାମର ଆରମ୍ଭ ହୋଇଥିବା ଗେଣ୍ଡୂଫୁଲ ଚାଷ କାର୍ଯ୍ୟ ଏବେ ବ୍ୟାପକ ପରିମାଣରେ କରାଯାଉଛି। ବର୍ତ୍ତମାନ ପ୍ରାୟ ୨୦ ଏକର ରୁ ଉର୍ଦ୍ଧ୍ବ ଜମିରେ ଗେଣ୍ଡୂଫୁଲ ଚାଷ ଗ୍ରାମର ଚାଷୀ ମାନେ କରୁଛନ୍ତି । ପନପରିବା ଚାଷ ଓ ଧାନ ଚାଷ ବଦଳରେ ଗେଣ୍ଡୁ ଫୁଲ ଚାଷରେ କମ ପରିଶ୍ରମ ରେ ଅଧିକ ଲାଭ ମିଳୁଥିବାରୁ ଗେଣ୍ଡୁ ଫୁଲ ଚାଷ କରିବା ପାଇଁ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଚାଷୀ। ଏଥିପାଇଁ ସନାତନପାଲି ଗ୍ରାମରେ ସବୁ ଚାଷୀ ଙ୍କୁ ନେଇ ସବୁଜ ସନାତନପାଲି କୄଷକ ଉତ୍ପାଦନ କଂପାନି ପ୍ରାଇଭେଟ ଲିଃ ଖୋଲାଯାଇ ଚାଷୀ ଙ୍କୁ ଫୁଲ ଚାଷ କରିବା ପାଇଁ ଅଧିକ ତାଲିମ ଦେବା ସହ ପ୍ରଶିକ୍ଷଣ ଦିଆଯାଉଛି । ସନାତନପାଲି ଗ୍ରାମରେ ସଫଳତା ସହ ହେଉଥିବା ଗେଣ୍ଡୁ ଫୁଲ ଚାଷ କୁ ପରିଦର୍ଶନ କରିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉଦ୍ୟାନ ତଥା କୄଷି ବିଭାଗର ପ୍ରତିନିଧି ଦଳ ମାନେ ଆସିଥାନ୍ତି। ଏଥିସହ ସବୁଜ ସନାତନପାଲି କୄଷକ ଉତ୍ପାଦନ କଂପାନି ପ୍ରାଇଭେଟ ଲିଃ ଅଧିନରେ ୮ ଗୋଟି ପଞ୍ଚାୟତର ୬୪ ଗୋଟି ଗ୍ରାମରେ ୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ଗେଣ୍ଡୂଫୁଲ ଚାଷ କରି ସଫଳତା ପାଇପାରୁଛନ୍ତି।ଏଥିସହ ଲକ୍ଷ୍ନୋର ସିଏସଆଇଆର ନ୍ୟାସନାଲ ବୋଟାନିକାଳ ରସର୍ଚ୍ଚ ଇସ୍ଟିଚ୍ୟୁଟ ଓ ସବୁଜ ସନାତନପାଲି କୄଷକ ଉତ୍ପାଦନ କଂପାନି ପ୍ରାଇଭେଟ ଲିଃ ମଧ୍ୟରେ ଅନୁବନ୍ଧିତ କରାଯାଇ ଗେଣ୍ଡୁଫୁଲ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାସହ ଆଧୁନିକ ପ୍ରଣାଳି ନେଇ ଜ୍ଞାନ କୌଶଳ ନେଇ ସଚେତନତା କରାଯାଉଛି। ଏଥିସହ ଆଗକୁ ଗେଣ୍ଡୁଫୁଲ ଚାଷ ସହ ରଜନିଗନ୍ଧା,ଗୋଲାପ,ଗ୍ରୋଡୋଲି ସମେତ ବିଭିନ୍ନ ଫୁଲ ଚାଷ କରିବାକୁ ଯୋଜନା କରାଯାଇଛି। ସନାତନପାଲି ଗ୍ରାମରେ ହେଉଥିବା ଗେଣ୍ଡୁ ଫୁଲ ଚାଷ ପାଇ ଏହି ଗ୍ରାମକୁ ଲୋକେ ଗେଣ୍ଡୁ ଫୁଲର ଗ୍ରାମ ବୋଲି କହୁଥିବା ବେଳେ ଏବେ ଗେଣ୍ଡୁ ଫୁଲ ଚାଷ ଦେଇଛି ଗ୍ରାମକୁ ସ୍ୱତନ୍ତ୍ର ପରିଚୟ ।

Comments (0)
Add Comment