ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିବା ସମେତ ଚଳିତ ବର୍ଷ ଧାନ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣି ବାକୁ ଧାର୍ଯ୍ୟ କରାଯାଇଥିଲା। ସେଥିପାଇଁ ଚାଷୀଙ୍କ ମନରେ ବେଶେ ଖୁସି ଦେଖିବାକୁ ମିଳିଥିଲା ବେଳେ ସମବାୟ ସମିତିର କର୍ମଚାରୀ ଙ୍କ ପକ୍ଷରୁ ଚାଷୀଙ୍କ ପ୍ରତି ଅବହେଳାର ଚିତ୍ର ସାମନାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ସେବା ସମବାୟ ସମିତିରେ। ଚାଷୀଙ୍କ ଧାନ ଖଳାରେ ପଡି ଗାଈ ଗୋରୁ ଙ୍କ ସମେତ କୁଆ କାଉ ଖାଇ ନଷ୍ଟ କରିଥିବା ବେଳେ ସେମାନଙ୍କୁ ଉଦ୍ୟେଶ୍ୟ ମୂଳକ ଭାବେ ଟୋକନ ପ୍ରଦାନ କରାଯାଇନଥିବା କିଛି ଚାଷୀ ଅଭିଯୋଗ ଆଣିଛନ୍ତି। ଏଥି ସହିତ ବେପାରୀ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଚାଷୀ ମାନଙ୍କୁ ଉପେକ୍ଷା କରୁଥିବାର ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୋସାଇଟିର ସମ୍ପାଦକ ଏହାକୁ ଖଣ୍ଡନ କରିଛନ୍ତି। ସମ୍ପାଦକ ପ୍ରଦୀପ ସିଂ ଙ୍କ କହିବା ଅନୁଯାଇ ସିରିଏଲ ଅନୁସାରେ ଟୋକନ ଆସୁଛି ମାର୍ଚ୍ଚ ଭିତରେ ସବୁ ଟୋକନ ଆସିବ ବୋଲି ଆମେ ଉପରସ୍ଥ ଅଧିକାରୀ ଙ୍କ ସହିତ ଅଧିକ ଆଲୋଚନା କରୁଛୁ। ଏବଂ ଚାଷୀ କିପରି ତାଙ୍କ ଧାନ ଶୀଘ୍ର ଦେବେ ସେଥିପ୍ରତି ଆମେ ଦୃଷ୍ଟି ଦେଉଛୁ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।