ସପ୍ତମ କଳାଭୁମି ଉତ୍ସବ ଉଦଯାପିତ

ଭୁବନେଶ୍ୱର,: ଅନନ୍ୟ କଳାର ରାଜ୍ୟ ଓଡ଼ିଶା । ଏହାର ସମୃଦ୍ଧ ହସ୍ତଶିଳ୍ପ ଓ ଗରିମାମୟ ହସ୍ତତନ୍ତର ପରମ୍ପରାକୁ ଆଗେଇ ନେବା ଆମର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସପ୍ତମ କଳାଭୁମିଉ ତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ
ପ୍ରାଣରେ ଆମ ଋଦ୍ଧିମନ୍ତ କଳାର ପ୍ରସାର ଓ ବିକାଶ ପାଇଁ ଆମେ ଅଙ୍ଗୀକାରବଦ୍ଧ । ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏହି ଅବସରରେ କାରିଗର ଓ ବୁଣାକାରଙ୍କ ମଙ୍ଗଳ ପାଇଁ ବିଭାଗ ପକ୍ଷରୁ ଗ୍ରହଣ
କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ । ରାଜ୍ୟର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରତୀକ କଳାଭୁମି ସାଜିଛି ବୋଲି ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ । ଏହି ଉଦଯାପନୀ ଉତ୍ସବରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ମଧୁମିତା ରଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, କଳାଭୁମିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମାର୍ଚ୍ଚ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏହି ଉତ୍ସବ ଆୟୋଜନ ହୋଇଥିଲା । ପଥରଖୋଦେଇ ଉପରେ ସ୍ଥାପତ୍ୟ: ଇଚିଙ୍ଗ୍ ଲାଇଭଲିହୁଡ୍ ଅନ୍ ଷ୍ଟୋନ୍‌
କର୍ମଶାଳା, ଚିତ୍ରାଙ୍କନପ୍ରତିଯୋଗିତା, ଗ୍ରୀଷ୍ମଶିବିର, କୋଲକାତାସ୍ଥିତ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ପ୍ୟାକେଜିଙ୍ଗ ସହିତ ପ୍ୟାକେଜିଙ୍ଗ୍‌, ଲେବଲିଙ୍ଗ୍ ଓ ବ୍ରାଣ୍ଡିଂ ଉପରେ ଦୁଇ ଦିନିଆ କର୍ମଶାଳା ଆୟୋଜନ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ ।

Comments (0)
Add Comment