ଷ୍ଟେଟ୍ ବ୍ୟାଙ୍କ୍ ଦ୍ୱାରା ୧୨୮ଟି ସୌର ଚାଳିତ ଆଲୋକ ଖୁଣ୍ଟ ପ୍ରଦାନ

ଭୁବନେଶ୍ୱର,: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ସ୍ୱେଚ୍ଛା ସେବୀ ସଂଗଠନ ଆଜିର ସୃଜନୀ ସହଯୋଗରେ ୧୨୮ଟି ସୌର ଚାଳିତ ଆଲୋକ ଖୁଣ୍ଟ ପ୍ରଦାନ କରାଯାଇଛି । ଏହି ଆଲୋକିକରଣ ଦ୍ୱାରା ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନ ମୁଖ୍ୟତଃ ଗ୍ରାମାଞ୍ଚଳର ପୋଖରୀ ଓ ଶ୍ମଶାନ ଆଦି ସ୍ଥାନମାନଙ୍କରେ ସହସ୍ରାଧିକ ଜନସାଧାରଣ ଉପକୃତ ହେବେ । ଆଜି ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅନ୍ତର୍ଗତ ଗୋତଳବିନ୍ଧା ଗ୍ରାମସ୍ଥିତ ସୀତାରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଷ୍ଟେଟ୍‌ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପରୁଥୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜୟଦେବ ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ଃ ଅରବିନ୍ଦ ଢ଼ାଲି ଓ ଶତାଧିକ ଗ୍ରାମବାସୀଙ୍କ ସହ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ୍ ଏମ୍‌, ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ ଆଦି ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ଢ଼ାଲି ଷ୍ଟେଟ୍‌ ବ୍ୟାଙ୍କ୍ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ ।

Comments (0)
Add Comment