ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ଲୋନ୍ ମେଳା

ଭୁବନେଶ୍ୱର,: ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହଯୋଗରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ (ଓସ୍ମେ) ପକ୍ଷରୁ ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଏକ ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୋରଶିପ ଡେଭେଲପମେଣ୍ଟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ
ଷ୍ଟାର୍ଟଅପ୍‌, ଏମ୍‌ଏସ୍‌ଏମ୍‌ଇ ଏବଂ ଆଶାୟୀ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ । ଆର୍ଥିକ ଅନୁଷ୍ଠାନ ଏବଂ
ଉଦ୍ୟୋଗୀମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂରକରିବା ପାଇଁ ଏହି ମେଳାର ଆୟୋଜନ କରାଯାଇଥିଲା । ପ୍ରମୁଖ ବ୍ୟାଙ୍କ ଗୁଡ଼ିକ ଆର୍ଥିକ ସେବା ପ୍ରଦାନକାରୀଙ୍କ ସହ ଅଂଶଗ୍ରହଣକରି କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦୀୟମାନ ଉଦ୍ୟୋଗଗୁଡ଼ିକର ବିଭିନ୍ନ ଆର୍ଥିକ ସମାଧାନ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ଓଡ଼ିଶା ସରକାର ଷ୍ଟାର୍ଟଅପ୍‌ ଏବ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ବ୍ୟବସାୟ ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନକରି ସେମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଓସ୍ମେର ମହାସଚବ ସାତ୍ୱିକ ସ୍ୱାଇଁ କହିଛନ୍ତି, ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ ପାଇଁ ଋଣର ସୁବିଧା ପାଇଁ ଆମେ ସିଡ୍ୱି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛୁ । ସିଡ୍ୱି ଡେପୁଟି ଜେନେରାଲ ମ୍ୟାନେଜର ପ୍ରଦ୍ୟୁମ୍ନ
ଚୌଧୁରୀ, ୟୁକୋ ବ୍ୟାଙ୍କର ଏସ୍‌ଏଲ୍ୱିସି ମୁଖ୍ୟ ତଥା ମହାପ୍ରବନ୍ଧକ ଗୌତମ ପାତ୍ର, ଆଇଇଡିଏସ୍‌, କଟକ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓର ଯୁଗ୍ମ ନିର୍ଦ୍ଦେଶକ ପି.କେ. ଗୁପ୍ତା, ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ୱତନ୍ତ୍ର ସଚିବ ବିଭୁଭୂଷଣ ଦାଶ, ଓଏଏସ୍‌ଏମ୍‌ଇ
ମହିଳା ଶାଖା ଅଧ୍ୟକ୍ଷା ଜ୍ୟୋର୍ତିମୟୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment