ଶ୍ରୀରାମ ମନ୍ଦିର ନିମନ୍ତେ ଶିଳାନ୍ୟସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶିଳ୍ପ ମନ୍ତ୍ରୀ

ପାରାଦ୍ୱୀପ,: ପବିତ୍ର ‘ରାମ ନବମୀ\’ର ଶୁଭ ଅବସରରେ ପାରାଦ୍ୱୀପ ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀରାମ ନଗର ବିଜୟଚନ୍ଦ୍ରପୁର (ତାରିଣୀଗଡା) ଠାରେ ଶ୍ରୀରାମ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବରେ ପାରାଦ୍ୱୀପ ବିଧାୟକ ତଥା ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମ ମନ୍ଦିର ନିମନ୍ତେ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ସତ୍ୟ, ଧର୍ମ ଓ ତ୍ୟାଗର ପ୍ରତୀକ ଓ ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ଆଦର୍ଶକୁ ସ୍ମରଣ କରିବାର ଦିନ । ଶେଷରେ ପ୍ରଭୁ ଶ୍ରୀରାମଙ୍କ ଚରଣରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି ବୋଲି କହିଥିଲେ ରାମ ମନ୍ଦିର ଟ୍ରଷ୍ଟର ସଭାପତି ଅମରଜିତ ଜେନା ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟ୍ରଷ୍ଟର ମୁଖ୍ୟ
ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଶତପଥୀ ସମାଜରେ ଜନ୍ମ ହୋଇ ସାମାଜିକ ନୀତି ନିୟମ ତଥା ଅନୁଶାସନ ଭିତରେ ରହି ଜଣେ ସର୍ବ ଶ୍ରେଷ୍ଠ ବ୍ୟକ୍ତିତ୍ୱ ହୋଇ ପାରିଥିବା ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ନୀତି ଆଦର୍ଶକୁ ଅନୁସରଣ କରି ମବାସୀମାନେ ଏହି ଦିବସକୁ ପାଳନ କରି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ସଫଳତାର ସହ ପରିଚାଳନା କରିଥିଲେ ଏବଂ ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ।

Comments (0)
Add Comment