ପୁରୀ, : ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଡ.ହରିବାବୁ କୁମ୍ଭବପାଟି ଶସ୍ତ୍ରିକ ରାଜ୍ୟପାଳଙ୍କ ଦର୍ଶନ କରିଛନ୍ତି । ରାଜ୍ୟପାଳ ଓଡ଼ିଶାର ଫାଷ୍ଟ ଲେଡି ଜୟଶ୍ରୀ କୁମ୍ଭବପାଟିଙ୍କ ସହିତ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସମେତ ସେବାୟତମାନେ ସ୍ୱାଗତ ଜଣାଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ରତ୍ନସିଂହାସନରେ ବିରାଜମାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପାଶ୍ୱର୍ଦେବଦେବୀଙ୍କର ଦର୍ଶନ କରିଥିଲେ । ରାଜ୍ୟପାଳଙ୍କ ସହ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ରାଜ୍ୟପାଳ ଓ ଅନ୍ୟମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା । ଦର୍ଶନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ମୁଖ୍ୟ ହେମନ୍ତ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଅତିରିକ୍ତ ଏସପି ଦେବବ୍ରତ ଚକ୍ର, ସୁଶୀଲ କୁମାର ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।