ଶୀତ ଉଭାନ, ବଢୁଛି ତାତ

Winter is coming, heat is rising

ଭୁବନେଶ୍ୱର, : କୋରାପୁଟ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । କୋରାପୁଟ, ସେମିଳିଗୁଡା, ଫୁଲବାଣୀ ଏବଂ
ଜି.ଉଦୟଗିରିରେ ମଧ୍ୟ ଶୀତ ପ୍ରଭାବ ରହିଛି । କିନ୍ତୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ବଢିଛି । ସେମିଳିଗୁଡାରେ ରାତି ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟ ୧୫, ଫୁଲବାଣୀ ୧୬ ଏବଂ ଘୁ.ଉଦୟଗିରିରେ ୧୪.୮ ଡିଗ୍ରୀ ରହିଛି । ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ୧୫ଡିଗ୍ରୀ ଉପରେ ରହିଛି । ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳବର୍ତ୍ତୀ ଜିଲାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି । ୧୫ ଦିନ ହେଲା ଘନକୁହୁଡ଼ି ଦୃଶ୍ୟମାନ ହେଲାଣି । ଜାନୁଆରୀ ୨୧ରୁ ଲଗାତାର ଭାବେ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲାଗୁଡିକରେ ଘନକୁହୁଡି ଦୃଶ୍ୟମାନ ହେଉଛି । ଓଡିଶା ଉପକୂଳସ୍ଥ
ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ଉପସ୍ଥିତି ହେତୁ କୁହୁଡି ପାଇଁ ପାଗ ଅନୁକୂଳ ରହିଛି । ସର୍ବାଧିକ ତାପମାତ୍ରା ଝାରସୁଗୁଡା
ଜିଲାରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡି ୩୫.୬, ମାଲକାନଗିରି ୩୫.୨, ବଲାଙ୍ଗିର ୩୫.୩, ସୁନ୍ଦରଗଡ ୩୫.୬, ସମ୍ବଲପୁର ୩୫.୪, ଭୁବନେଶ୍ୱର ୩୩.୬ ଏବଂ କଟକରେ ୩୧.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଗତ କିଛିଦିନ ହେଲା ଆକାଶ ପରିଷ୍କାର ରହୁଥିବାରୁ ସୂର୍ଯ୍ୟଙ୍କ କିରଣ ସିଧା ଭୂ-ପୃଷ୍ଠରେ ପଡୁଛି । ଏଥିପାଇଁ ଦିନ ତାପମାତ୍ରା ବୃଦ୍ଧି ପାଉଛି ।

Comments (0)
Add Comment