ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍‌ ପକ୍ଷରୁ “ରାଷ୍ଟ୍ର ନିର୍ମାଣ ସମ୍ମାନ” ପ୍ରଦାନ

ଭୁବନେଶ୍ୱର,: ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ , ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ଥିତ ମଇତାପୁରର
ରୟାଲ ପବ୍ଲିକ୍ ସ୍କୁଲ ପରିସରରେ ଓଡ଼ିଶାର ୮ଟି ବିଭିନ୍ନ ଜିଲ୍ଲାର  ୧୧୬ଜଣ କୃତୀ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ କରାଯାଇଛି । ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ହେରିଟେଜ୍‌ର ସଭାପତି ରୋଟାରିଆନ୍ ବିଚିତ୍ରାନନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର, ପୂର୍ବତନ ପ୍ରାନ୍ତପାଳ ଶିବବ୍ରତ ଦାଶ, ପୂର୍ବତନ ପ୍ରାନ୍ତପାଳ ଅଶୋକ ବିହାରୀ ମହାପାତ୍ର, ସହାୟକ ପ୍ରାନ୍ତପାଳ ଉମାଶଙ୍କର ପଟ୍ଟନାୟକ, ରୟାଲ ସ୍କୁଲର ପ୍ରତିଷ୍ଠତା ବିଷ୍ଣୁ ମୋହନ ମହାନ୍ତି, ରୋଟାରୀ କ୍ଲବ ହେରିଟେଜ୍‌ର ସମ୍ପାଦକ ସତ୍ୟାନନ୍ଦ ନାୟକ ତଥା ରୋଟାରୀ କ୍ଲବ ହେରିଟେଜ୍ ଓ ରୋଟାରୀ କ୍ଲବ ଭଦ୍ରକର ଅନେକ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳକ ଏବଂ ସମସ୍ତ
କୃତୀ ଶିକ୍ଷକମାନଙ୍କୁ ମାନପତ୍ର , ଫଳକ ପ୍ରଦାନ ଦ୍ୱାରା ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ କାନଭି ଶୁସାନ୍ତ ପଲାଇଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ପଦ୍ନଲୋଚନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା ଦେ ଓ କିରଣ କୁମାର ଧିନ୍ଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

#bhubanewsar#rotari block#odisha#news#dumanikhabar3
Comments (0)
Add Comment