ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଶ୍ରୀହର୍ଷ ମିଶ୍ର ସ୍ମୃତି ବିଧିର ବିଦ୍ୟାଳୟର ଛାତ୍ରଛାତ୍ରୀ

ପାଟ୍ଟଶାଣୀ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦଡ଼ ଅଚ୍ୟୁତସାମନ୍ତ, ଭାରତ ସରକାରଙ୍କ
ଆରସିଏମ୍‌ଆରରଏଡିଜି ଡ଼ଃସଂଘମିତ୍ରା ପତି, ଇଷ୍ଟର୍ଣ୍ଣକୋଲ୍ ଫିଲଡ୍‌ଲିଃର ପୂର୍ବତନ ସିଏମ୍‌ଡ଼ି ଆହୁତି ସ୍ୱାଇଁ, \”ବିଶ୍ୱମୁକ୍ତି’ର ସଂପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପରିବେଶ ପରିବର୍ତ୍ତନ ଦ୍ୱାରା କି ପରିକଳା, ସଂସ୍କୃତି, ଭାଷା ଓ ସାହିତ୍ୟ ପ୍ରଭାବିତ ହେଉଛି ସେ ସଂପର୍କରେ ଅବତାରଣା କରିଥିଲେ । ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣକରିଥିଲେ । ଏହି
ଅବସରରେ ବିଭିନ୍ନ ଭାଷାର କୃତୀ ସାରସ୍ୱତ ସାଧକଙ୍କୁ ସଂବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ଭାଷାର ପୁସ୍ତକ ଉନ୍ମୋଚନ କରାଯାଇଥିଲା ଏବଂ \”ବିଶ୍ୱମୁକ୍ତି’ର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା । ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଶ୍ରୀହର୍ଷ ମିଶ୍ର ସ୍ମୃତି ବିଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱର, (ଡିକେ ନ୍ୟୁଜ୍‌): ଭିନ୍ନକ୍ଷମମାନଙ୍କଠାରେ ଭରପୁର ପ୍ରତିଭା ରହିଛି । ଏଣୁ ସେମାନଙ୍କଠାରେ ଥିବା ଅନ୍ତନିର୍ହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋତ୍ସାହନ ଯୋଗାଇବା ଉପରେ
ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ, ଜଟଣୀର ଛାତ୍ରାଛାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣ ଛାତ୍ରଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର
ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା କରିଥିଲେ । ଶ୍ରବଣ ଶକ୍ତିବାଧିତ ପିଲାମାନଙ୍କ ପାଇଁ ଉକ୍ତ ଆବାସିକ ବିଦ୍ୟାଳୟର ସ୍ଥାପନା, ପରିଚାଳନା, ପାଠପଢ଼ା, ଖାଇବା ଓ ରହିବା ବ୍ୟବସ୍ଥା, ଶ୍ରବଣ ଯନ୍ତ୍ର ଯୋଗାଣ, କର୍ମଚାରୀମାନଙ୍କର ଦରମା ବ୍ୟବସ୍ଥା, ସରକାରଙ୍କ ତରଫରୁ କରାଯାଇଥିବା
ବ୍ୟବସ୍ଥା ତଥା ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ରାଜ୍ୟପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରି ବୁଝିଥିଲେ ।

Comments (0)
Add Comment