ମେଡିକାଲରେ ନାହିଁ କୁକୁର କାମୁଡା ନିରାକରଣ ଇଞ୍ଜେକ୍ସନ

ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୈଦଲପୁର ପ୍ରାଥମିକ ଚିକିତ୍ସାଳୟରେ ମିଳୁନି କୁକୁର କାମୁଡାର ନିରାକରଣ ଇଞ୍ଜେକ୍ସନ । ଅଞ୍ଚଳରେ କୁକର କାମୁଡ଼ାରେ ଲୋକେ ଶିକାର ହେଲେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯିବାକୁ ପଡୁଛି । ଏହି ପ୍ରାଥମିକ ଚିକିତ୍ସାଳୟରେ ଆଠଗୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ଅଞ୍ଚଳରେ ଯଦି କୁକୁର ଦ୍ୱାରା ଆକ୍ରମଣର ଶିକାର ହେଲେ ଚିକିତ୍ସିତ ହେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏହି ପ୍ରାଥମିକ ଚିକିତ୍ସାଳୟ ସମସ୍ତ ରୋଗୀ ନିରାକରଣ କରାଯାଉଛି କିନ୍ତୁ ଏହି କୁକୁର କାମୁଡ଼ିଲେ କୌଣସି ପ୍ରକାର ନିରାକରଣର ଇଞ୍ଜେକ୍ସନ ମିଳୁ ନ ଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ଗୁରୁବାର ଦିନ ମୈଦଲପୁର ସଦରର ୪ ବର୍ଷର ବାଳକ ଦୀପକ ମାଝୀଙ୍କୁ ଏକ କୁକୁର ଆକ୍ରମଣ କରିଥିଲା । କୁକୁରଟି ବାଳକର ଶରୀରରେ କ୍ଷତି ଘଟାଇବା ଫଳରେ ଆହତ ଅବସ୍ଥାରେ ମୈଦଲପୁର ମେଡିକାଲରେ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ବାଳକକୁ ସାମାନ୍ୟ ଚିକିତ୍ସା କରି ପାପଡାହାଣ୍ଡି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ କାରଣ ମୈଦଲପୁର ମେଡ଼ିକାଲରେ ଏହି ରୋଗର ଇଞ୍ଜେକ୍ସନ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟକ ମେଡ଼ିକାଲରେ ଏପରି ରୋଗର ଇଞ୍ଜେକ୍ସନ ଦେବା କଥା କିନ୍ତୁ ମୈଦଲପୁର ଅଞ୍ଚଳରେ ଏକ ମାତ୍ର ମେଡ଼ିକାଲକୁ ଭରସା ରହିଥିବା ବେଳେ ଏଠାରେ ଇଞ୍ଜେକ୍ସନ ନ ମିଳିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହୋଇଛି । ମୈଦଲପୁର ମେଡିକାଲରେ ଆବଶ୍ୟକ ଭାବରେ ଡାକ୍ତର, ଷ୍ଟାଫ ନର୍ସ ଓ ମେଡ଼ିସିନ, ଇଞ୍ଜେକ୍ସନ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments (0)
Add Comment