ମା\’ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଦ୍ୱିବାର୍ଷିକ ଯାତ୍ରାର ଘଟ ପରିକ୍ରମା

ବ୍ରହ୍ମପୁର,: ମା\’ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ଚତୁର୍ଥ ଦିନରେ ରବିବାର ଘଟ ପରିକ୍ରମା ଦ୍ୱତୀୟ ରାତ୍ର ୮ ଟାରେ ଆରମ୍ଭ ହୋଇଛି । ମା\’ଙ୍କ ପ୍ରତୀକ ଧର୍ମଝଣ୍ଢାକୁ ନିମନ୍ତ୍ରଣ କରାଯିବା ବିଧି ଅନୁସାରେ ଯାତ୍ରାର ଚତୁର୍ଥ ଦିନରେ ଧର୍ମଝଣ୍ଠା ନିମନ୍ତ୍ରଣ କରିବା ପରେ ପଞ୍ଚମ ଦିନରେ ଧର୍ମଝଣ୍ଠାସ୍ଥାପନ କରାଯାଇଥାଏ । ଘଟ ପରିକ୍ରମାର ପ୍ରଥମ ଦିନ ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ପତ୍ନୀ ପି.ଦେବକୀ ମା\’ଙ୍କ ମୁଖ୍ୟ ଘଟ ବହନ
କରିଥିଲେ । ଯାତ୍ରା ସମୟରେ ମୁଖ୍ୟ ପୂଜକ ଯୋଗୀପାତ୍ର ମୁଖ୍ୟ ଘଟ ବହନ କରୁଥିବା ଦେବକୀଙ୍କ ସମେତ ଦୁଇ ରକ୍ଷକ ତଥା ୮ଟି ପାଶ୍ୱର୍ଘଟ ବହନ କରୁଥିବା ଡେରା ସଂପ୍ରଦାୟର ମହିଳାଙ୍କୁ ହଳଦୀ ଓ ଚାଉଳରେ ମଜ୍ଜିତ କରି ଘଟ ବହନ ପାଇଁ ଅନୁମତି ଦେଇଥିଲେ । ଘଟଯାତ୍ରା ବେଳେ ମହିଳାମାନେ ହଳଦୀ ପାଣିରେ ପାଦ ଧୋଇ ପୂଜାର୍ଚ୍ଚନା କରିଥିଲେ । ରବିବାର ଦିନତମାମ ପ୍ରବଳ ଭିଡ଼ ଲାଗିରହିଥିଲା । ମା\’ଙ୍କ ଘଟର ମହିମା: ମା\’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ବହୁ ବିଧିବିଧାନ ରହିଥିବା ବେଳେ ଯାତ୍ରାପୁରୋଧା ତଥା ଯାତ୍ରା ସହ ସଂପୃକ୍ତ ଥିବା ସମସ୍ତ ବଂଶଜ ଉତ୍ସାହିତ ରହିଥାନ୍ତି ମା\’ଙ୍କ ଆଜ୍ଞମାଳ ଆସିବା ପରେ ଅସ୍ଥାୟୀ ମନ୍ଦିରରେ ଗୋଟିଏ ଦିନ ପରେ ଆଜ୍ଞାମାଳକୁ ଘଟକୁ ସ୍ଥାନାନ୍ତର କରାଯାଇଥାଏ । ମା\’ଙ୍କ ଆଜ୍ଞମାଳକୁ ଗୋଟିଏ ଫୁଲଚାଙ୍ଗୁଡ଼ିରେ ଅଣାଯିବା ପରେ ଘଟକୁ ସ୍ଥାନାନ୍ତର କରିବା ପରେ ଏହାକୁ ୯ ଭାଗରେ ବିଭକ୍ତ କରାଯାଇଥାଏ । କାରଣ ମା\’ଙ୍କୁ ଅଷ୍ଟଭୁଜା ରୂପେ ବିବେଚିତ କରାଯାଉଥିବା ବେଳେ ମା\’ ଯାତ୍ରା ବେଳେ ଅଷ୍ଟଭୁଜାଙ୍କୁ ନେଇ ଯାତ୍ରା କରିଥାନ୍ତି । ମା\’ଙ୍କ ସହ ୮ଟି ପାଶ୍ୱର୍ଘଟ ମଧ୍ୟ ଅସ୍ଥାୟୀମଣ୍ଡପରେ ପୂଜା ପାଇବା ସହ ସାହି ପରିକ୍ରମାରେ ବାହାରନ୍ତି । ମୁଖ୍ୟଘଟରେ ମା\’ ବୁଢ଼ୀ ଠାକୁରାଣୀଙ୍କୁ ଧର୍ମଝଣ୍ଢାକୁ ନିମନ୍ତ୍ରଣ ରବିବାର । ମାଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାର ହୋଇ ମୋହିନୀ ରାଜ ଭାଟି ହୋଇ ବଡ ବଜାର, କମଳବାରୀ ସାହି, ଶାନ୍ତରଣୀ ସାହି, ମାଥା ପେଟା ସାହି ହୋଇ ପୁଣି ମା ଦେଶୀ ବେହେରା ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବେ । ଅଷ୍ଟଭୁଜା ଭାବେ ବ୍ରାହ୍ମୀ, ମାହେଶ୍ୱରୀ, କୁମାରୀ, ବୈଷ୍ଣବୀ, ବରାହୀ, ଇନ୍ଦ୍ରାଣୀ, ମହାଲକ୍ଷ୍ମୀ ଓ ଶିବାୟୀଙ୍କୁ ପୂଜିତ କରାଯାଉଛି । ବୁଢ଼ୀ ଠାକୁରାଣୀଙ୍କ ଘଟ ରକ୍ତବର୍ଣ୍ଣା ଥିବା ବେଳେ ମା\’ ବ୍ରାହ୍ମୀଙ୍କ ରଂଗ ସୁବର୍ଣ୍ଣ ବର୍ଣ୍ଣ, ମା\’ ମାହେଶ୍ୱରୀଙ୍କ ରଂଗ ଚମ୍ପାବର୍ଣ୍ଣ, ମା\’ କୁମାରୀଙ୍କ ଗୋଲାପୀ, ମା\’ ବୈଷ୍ଣବୀଙ୍କ ତମ୍ବାଳ, ମା\’ ବରାହୀଙ୍କ ଧୁମ୍ର, ମା\’ ଇନ୍ଦ୍ରାଣୀଙ୍କ ଇନ୍ଦ୍ରନୀଳବର୍ଣ୍ଣ, ମା\’ ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ବର୍ଣ୍ଣ ଥିବା ବେଳେ ମା\’ ଶିବାୟୀଙ୍କ ରଂଗ ଶ୍ୟାମଳବର୍ଣ୍ଣ କରାଯାଇଥାଏ । ମା\’ଙ୍କ ପ୍ରତ୍ୟାବର୍ତ୍ତନ ବେଳେ ସମସ୍ତ ପାଶ୍ୱର୍ଘଟ ସହ ଅନ୍ୟାନ୍ୟ ମାନସିକ ଘଟ ନିଜସ୍ୱ ମନ୍ଦିର ଅଭିମୁଖେ ଯାତ୍ରା କରୁଥାନ୍ତି ।

Comments (0)
Add Comment