ମହିଳା ପୋଲିସ ସହ ଖେଳ କରିଦେଲେ ଥାନା ବାବୁ

ଜଗତସିଂହପୁର ଜିଲ୍ଲା ସଦର ଥାନା ରେ ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଫସିଗଲେ କୁଜଙ୍ଗ ଥାନାଅଧିକାରୀ । ପ୍ରଥମେ ପ୍ରେମ ହେଲା ତାପରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବି ରଖିଲେ ବୋଲି ଏପରି ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ ଜଣଙ୍କ ।ପରେ ସମ୍ପୃକ୍ତ ଥାନା ବାବୁ ଜଣକ ଧରାଛୁଆଁ ନ ଦେବାରୁ ମାମଲା ଏବେ ସଙ୍ଗିନ ହୋଇ ପଡିଛି ।ମହିଳା ହୋମଗାର୍ଡ ଜଣକ ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହିତ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।ଗତକାଲି ମହିଳା ହୋମଗାର୍ଡ ଜଣକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଖବର ପାଇ ଫେରାର ହୋଇ ଯାଇଥିଲେ ।ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।ଆଜି ଉଭୟଙ୍କୁ ଏସପି ଙ୍କ କାର୍ଯ୍ୟଳୟ ମଧ୍ୟରେ ଏକ ୯ ଜଣିଆ ଟିମ ଜେରା କରୁଥିବା ବେଳେ ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଘଟଣାର ଆପୋଷ ସମାଧାନ ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ଏହି ବାବଦରେ ଅଭିଯୋଗକାରୀ ମହିଳା ହୋମଗାର୍ଡ ଓ କୁଜଙ୍ଗ ଥାନାଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣା ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗ ଟି କୁ ପୁଙ୍ଖାନ ପୁଙ୍ଖାନ ତଦନ୍ତ କରୁଛି ଜଗତସିଂହପୁର ପୋଲିସ l

Comments (0)
Add Comment