ମଶାଣି କୁ ରାସ୍ତା ନାହିଁ, ଗ୍ରାମବାସୀ ନିର୍ମାଣ କଲେ ରାସ୍ତା ।

ଉମରକୋଟ : ଗ୍ରାମର ଯଦି କେହି ମରିଯାନ୍ତି ତାହାହେଲେ ତାଙ୍କ ଶବ ସତ୍କାର ନିମନ୍ତେ ମଶାଣି କୁ ଯିବା କୁ ହେଲେ ଆଣ୍ଠୁଏ କାଦୁଅ ରେ ଚାଲି କି ଯିବାକୁ ପଡେl ଗ୍ରାମବାସୀ ମଶାଣି କୁ ଯିବା ପାଇଁ ରାସ୍ତା ଟିଏ ନିର୍ମାଣ କରିବାକୁ ପ୍ରଶାସନ, ନେତା ଏବଂ ଶେଷରେ ଜିଲ୍ଲାପାଳ ଙ୍କୁ ଗୁହାରି କରିଲେ ସୁଦ୍ଧା କେହି କର୍ଣପାତ କରିନାହାନ୍ତିlସମସ୍ତେ କେବଳ ପ୍ରତିଶୃତି ଦେଇ ଚାଲିଛନ୍ତିlକିନ୍ତୁ ରାସ୍ତା ନିର୍ମାଣ କରିଲେ ନାହିଁ, ପରିଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ହାତରେ କୋଦାଳ , ଗଇତି, ଟାଙ୍ଗିଆ ଧରି ମଶାଣି କୁ ଯିବା ପାଇଁ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଥିଲା l
ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଂଚାୟତ ଅଧୀନରେ ଥିବା ତୁମ୍ବଲ୍ୟାଗୁଡା ଗ୍ରାମରେ l ଉକ୍ତ ଗ୍ରାମରେ ପ୍ରାୟ 90ପରିବାର ରହୁଥିବା ବେଳେ ଗ୍ରାମକୁ ଯିବାପାଇଁ ପକ୍କା ରାସ୍ତା ନାହିଁ କି ଗ୍ରାମର ମଶାଣି ଯିବାକୁ ହେଲେ ଆଣ୍ଠୁଏ କାଦୁଅ ରେ ଯିବାକୁ ପଡେ, ଅନେକ ଥର ନେତା, ପ୍ରଶାସନ କୁ ଜଣେଇଲେ ସୁଦ୍ଧା କେହି ଶୁଣି ନଥିଲେ!ଶେଷରେ ଗ୍ରାମବାସୀ ରାସ୍ତା ଟିଏ ତିଆରି କରିଥିଲେ!ଏବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ବ୍ଲକ ରେ ମନରେଗା କାର୍ଯ୍ୟ ନିମନ୍ତେ ଏପ୍ରୁୱାଲ ପାଇଁ ଦିଆଯାଇଛି, ଏପ୍ରୁୱାଲ ହେଲେ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ!ବର୍ତମାନ ଦେଖିବାକୁ ବାକି ରହିଲା ନେତା, ପ୍ରଶାସନ ପ୍ରତିଶୃତି ଦେଇ ରାସ୍ତା ନିର୍ମାଣ କଲେ ନାହିଁ ହେଲେ ସରପଞ୍ଚ ଙ୍କ ପ୍ରତିଶୃତି ଅନୁସାରେ କେତେ ଦିନ ରେ ରାସ୍ତା ତିଆରି ହେବ?

umarkot#odisha#nabrangpur#news#dumanikhabar#
Comments (0)
Add Comment