ଭୁବନେଶ୍ୱର,: ଦୀର୍ଘ ଦୁଇ ଦିନରୁ ଉର୍ଦ୍ଧ ସମୟ ଧରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ଶେଷରେ
ସମାଧାନ ହୋଇଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଚଲ ରାଣା । ଆଜି ମନ୍ଦିରର ଟ୍ରଷ୍ଟ ବୋର୍ଡର ଏକ ବେଠକରେ ଯୋଗଦେବା ପରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଠାକୁରଙ୍କର ରୀତିନୀତି ବ୍ୟାହତ ହୋଇଛି । ଟ୍ରଷ୍ଟ ବୋର୍ଡ ବୈଠକରେ ଏହାର ସମାଧାନ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏଡିଏମ୍ଙ୍କୁ ଏନେଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯାହା ଉପରେ ଆଧାର କରି ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅଭିଯୁକ୍ତ ସେବାୟତମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ଏବଂ ଟ୍ରଷ୍ଟ ବୋର୍ଡର ଧାରା ୩୨ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଆଇନ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ସେବାୟତ ମାନଙ୍କ ବିବାଦ ପାଇଁ ନୀତିକାନ୍ତି ବନ୍ଦ ହୋଇଥିବା ପରିପ୍ରେକ୍ଷୀରେ ଏକ ଜରୁରୀ କାଳୀନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଜରୁରୀ କାଳୀନ ବୈଠକରେ ଅଧ୍ୟକ୍ଷତା କରି ସେବାୟତ ମାନଙ୍କ ବିବାଦ ବିଷୟରେ ସମସ୍ତ ଦିଗ ଉପରେ ତର୍ଜମା କରିଥିଲେ । ସେ କହିଥିଲେ ଯେ, କୌଣସି ସମୟରେ ମହାପ୍ରଭୁ ଶ୍ରୀ
ଲିଙ୍ଗରାଜଙ୍କ ନୀତିକାନ୍ତିରେ ସେବାୟତ ମାନେ ସେବାକାନ୍ତି ବନ୍ଦ କରିବା ଭଳି ଅଯୌଗିକ କାର୍ଯ୍ୟ ନକରନ୍ତୁ । ଏଥିପ୍ରତି ସମ୍ପୂର୍ଣ ରୂପେ ସଚେତନ ରହିବା ପାଇଁ ପରାମର୍ଶ ଦେଲି । ଯଦି କୈାଣସି ପ୍ରକାରେ ବ୍ୟାଘାତ ଘଟେ , ତେବେ ସରକାର ତାହାକୁ ଗୁରୁତର ଭାବେ ନିଷ୍ପତ୍ତି ନେବେ । ଯେଉଁ ମାନେ ବ୍ୟାଘାତ ସୃଷ୍ଟି କରିବାରେ ସଂପୃକ୍ତ ଥିବେ,ତାହା ଉପରେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉକ୍ତ
ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଂଜନ ବାରିକ , ଆଇନ ବିଭାଗ ଦ୍ୱିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ, ସହକାରୀ ପୋଲିସ୍କ ମିଶନର, ଦେବୋତ୍ତର ବିଭାଗ କମିଶନର ,ଦେବୋତ୍ତର ବିଭାଗ ସହକାରୀ କମିଶନରଙ୍କ ସହ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।