ମଧୁର ସ୍ମୃତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‌ର ୪୦ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର, : ଇଣ୍ଡିଆ ଟ୍ରେକ୍‌ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୫ ତାରିଖରୁ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା
ହାର୍ଭାର୍ଡ ଓ ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର ୪୦ ଜଣିଆ ପ୍ରତିନିଧିମଣ୍ଡଳ ରବିବାର ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି । କିଟ୍‌ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ
ସମ୍ବର୍ଦ୍ଧିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । କିଟ୍ ଓ କିସ୍‌ ପରିଦର୍ଶନରେ ଆସି କିଟ୍‌ର ବିଭିନ୍ନ ବିଭାଗ ଓ କିସ୍‌ର ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିବା ସହ ଉଭୟ କିଟ୍‌ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ସେମାନେ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ଦଳରେ
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟତରତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଓ ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ର ପୁରାତନ
ଛାତ୍ରଛାତ୍ରୀଙ୍କ ସାମିଲ ହୋଇଥିଲେ । ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ।
ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରାରେ ସେମାନେ ଅଭିଭୂତ ହୋଇପଡ଼ିଥିଲେ । ଏଭଳି ପ୍ରୟାସ ପାଇଁ ସେମାନେ କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ବି ଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‌ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ଇଣ୍ଡିଆ ଟ୍ରେକ ପ୍ରତିନିଧିମଣ୍ଡଳ ସହ ଭାବ ବିନିମୟ କରିଥିଲେ ।

Comments (0)
Add Comment