କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ଆମପାଣି ପଞ୍ଚାୟତକୁ ସ୍ବତନ୍ତ୍ର ବ୍ଳକ ଗଠନ ଦାବିରେ ଆଜି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ଋତୁରାଜ ମାଝୀଙ୍କ ନେତୃତ୍ବରେ କୋକସରା ବ୍ଳକର ୮ଟି ପଞ୍ଚାୟତ ସମେତ ଜୟପାଟଣା ବ୍ଳକର ୨ଟି ପଞ୍ଚାୟତର ଶତାଧିକ ଲୋକେ ଏକତ୍ରିତ ହୋଇ ଧର୍ମଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭଣ୍ଡାରଘରେଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ ପଞ୍ଚାୟତ ପଟିଆ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏବଂ ଆମପାଣି ପଞ୍ଚାୟତକୁ ସ୍ବତନ୍ତ୍ର ବ୍ଳକ ଗଠନ ପାଇଁ ଦାବି କରାଯାଇଥିଲା।