ବାମରା ଓ ରେଙ୍ଗାଲିକୁ ଏନ୍ଏସି ଘୋଷଣା ଦାବି

ସମ୍ୱଲପୁର- ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବାମରା ଓ ରେଙ୍ଗାଲିକୁ ଏନ୍ଏସି ଘୋଷଣା କରାନଯିବା ନେଇ ଦୃଢ଼ ନିନ୍ଦା କରାଯାଇଥିଲା। ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ। ତେବେ ବୈଠକରେ କୁହାଯାଇଥିଲା ଯେ ପୁର୍ବ ସରକାର ସମୟରେ ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲି କୁ ଲୋକଙ୍କ ବହୁଦିନ ଦାବିକୁ ପୁରଣ କରି ରେଙ୍ଗାଲି ସହ ବାମରାକୁ ନୂତନ ଏନ୍ଏସି କରିବାକୁ ଘୋଷଣା କରାଯାଇଥିଲା। ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବର୍ତ୍ତମାନ ବିଜେପି ସରକାର କ୍ଷମତାକୁ  ଆସିବା ପରେ ବର୍ତ୍ତମାନ ଘୋଷଣା କରିଥିବା ନୂତନ ଏନ୍ଏସି ସୁଚିରେ ସମ୍ବଲପୂର ଜିଲ୍ଲାର ବାମରା ଓ ରେଙ୍ଗାଲିର ନାମ ନାହଁ।ତେବେ ସମ୍ବଲପୁର ଜିଲ୍ଲାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସାଂସଦ ଥିବା ବେଳେ ଓ ଖୋଦ୍ ଜିଲ୍ଲାର କୁଚିଣ୍ଡା ବିଧାନସଭାରୁ ନିଜେ ରବି ନାରାୟଣ ନାଏକ ପଞ୍ଚାୟତିରାଜ ମନ୍ତ୍ରୀ ପରି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥାଇ ଜିଲ୍ଲାର ଏହି ୨ ଗୋଟି ସହରକୁ ନୂତନ ଏନ୍ଏସି ଘୋଷଣା ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏପରି କାର୍ଯ୍ୟ କରି ବିଜେପି ସରକାର ସମ୍ବଲପୂର ଜିଲ୍ଲା ବାସିନ୍ଦାଙ୍କୁ ଧୋକା ଦେଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗଟିକୁ ନେଇ ରାଜ୍ୟର ବିଜେପି ସରକାରଙ୍କ ସମ୍ବଲପୂର ଜିଲ୍ଲା ପ୍ରତି ଏପରି ବୈମାତୃକ ମନୋଭାବକୁ ନେଇ ଦୃଢ଼ ନିନ୍ଦା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ସମ୍ବଲପୂର ଜିଲ୍ଲା ବିରୋଧି ବିଜେପି ସରକାରଙ୍କ ଏପରି ଜନବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ କଂଗ୍ରେସ ଜନସାଧାରଣ ସହ ମିଶି ରେଙ୍ଗାଲି ଓ ବାମରା କୁ ନୂତନ  ଏନ୍ଏସି ଗଠନ କରିବା ଦାବିରେ ଲଢେ଼ଇ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅମିତ ଗୁରୁ, ଗିରିଜା ନାୟକ,ରବି ରାଉତ, ରଞ୍ଜିତ ମିତ୍ର, ଏମଡି ଜୁବେର, ଜିତେନ୍ଦ୍ର ପ୍ରଧାନ, ବିଜୟଲକ୍ଷ୍ମୀ ବେହେରା,ସୁତାପା ମିତ୍ର,ହରୀ ପାଢୀ, ଗୋବିନ୍ଦ ମିଶ୍ର, ଏମଡି ମୁକ୍ତାର,ଫିଲିସ୍ପ କୁମାର, ଓକିଲ ଚୌଦୁରୀ, ବବିତା ବଡ଼ପଣ୍ଡା, ସତ୍ୟନାରାୟଣ ସେନାପତି,ଏମଡି ସକ୍କୁ, ପ୍ରହଲ୍ଲାଦ ତାଣ୍ଡି, ଏମଡି ସଲିମ , ଜିତେନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments (0)
Add Comment