ଅନୁଗୁଳ, : ଜିଲ୍ଲାର କୋଇଲା ନଗରୀ ତାଲଚେରରେ ବନ୍ଦେମାତରଂ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଶେଷ ହୋଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଆୟୋଜିତ କରାଯାଇଥିବା ତ୍ରିରଙ୍ଗା ଶୋଭାଯାତ୍ରା ତାଳଚେର ହାଣ୍ଡିଧୁଆଁ ଛକ ଠାରୁ
ଆରମ୍ଭ ହୋଇ ରାଜବାଟି ନିକଟସ୍ଥ ବ୍ରାହ୍ମଣି ନଦୀ କୂଳରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିଲା । ଯେଉଁଥିରେ ହଜାର ହଜାର ମହିଳା, ପୁରୁଷ ଏବଂ ସମସ୍ତ ବର୍ଗର ଲୋକ ଏକତ୍ରିତ ହୋଇଥିଲେ । ଲୋକମାନେ ଦେଶଭକ୍ତି ଗୀତ ଏବଂ ସ୍ଲୋଗାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରୁଥିଲେ । ସେମାନଙ୍କ ହାତରେ ତ୍ରିରଙ୍ଗା ପତାକା ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ଉପସ୍ଥାପନ କରୁଥିଲା । ଭାରତ ମାତାଜୀଙ୍କର ରଥ ତ୍ରିରଙ୍ଗା ଶୋଭାଯାତ୍ରାରେ ସମସ୍ତଙ୍କ ହୃଦୟକୁ ଆକର୍ଷିତ କରିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ଶାଏଙ୍କ ଜନ୍ମ ତିଥିକୁ ମନେ ପକାଇ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ୱରୂପ ବନ୍ଦେ ମାତରଂ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ରଙ୍ଗାଧର ନାହକଙ୍କ ଉଦ୍ୟମରେ ଏହି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବନ୍ଦେ ମାତରଂ ଫାଉଣ୍ଡେସନ୍ ଟ୍ରଷ୍ଟର ସଭାପତି ରଙ୍ଗାଧର ନାହକ,
ଭାରତୀୟ ଜନତା ପାର୍ଟିର ସକ୍ରିୟ ପଦାଧିକାରୀ କାର୍ଯ୍ୟ କର୍ତ୍ତା ଦୟା ସାଗର ମିଶ୍ର, ଦୀପକ ଥମ୍ବ, ବିରଞ୍ଚି ସାହୁ, ନିରଂଜନ ପ୍ରଧାନ, ବିଜୟ ବିଶ୍ୱାଳ, ମନୋଜ ପ୍ରଧାନ, ବିଭୂତି ସାହୁ, ପେସ୍କାର ଗଡନାୟକ ପ୍ରକାଶ ମହାରଣା, ଗଗନ ବିହାରୀ ସାହୁ, ପପୁନ ଦାସ, ସୁଶାନ୍ତ ପ୍ରଧାନ,
ଗିତିଶ୍ ପ୍ରଧାନ, ବୁଲୁ ମିଶ୍ର, ଅର୍ଜୁନ କିସ୍କୁ, ରାଜେଶ ସାହୁ, ଜସ୍ମିନ୍ ପ୍ରଧାନ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଞ୍ଚାଳନ କରି ଥିଲେ ।