ବଡଦାଣ୍ଡରେ ହଜିଥିବା ଝିଅକୁ ଆଜିଯାଏ ଖୋଜୁଛି ମା ଅର୍ଣ୍ଣପୂର୍ଣ୍ଣା

[10:44 AM, 12/26/2024] dumanikhabar2020:
ବୟସର ଅପରାହ୍ନରେ ନିଜକୁ ବେଶ ନିନ୍ଦା କରୁଛି ବୁଢୀମା ଟି |ଚିନ୍ତାରେ ରହୁଛି କିଛି ପଚାରିଲେ ଅନେକ ସମୟ ପରେ ଉଁ ବୋଲି ଉତ୍ତର ଦେଉଛି, ଖାଲି ଏପଟ ସେପଟ କରି ଅନାଉଛି ଯେମିତି ଲାଗୁଛି କିଛି ଜରୁରୀ ଜିନିଷ ବୋଧେ ହଜାଇଦେଇଛି ଆଉ ଖାଲି ଡାକୁଛି ହେ ଜଗାରେ ମୁଁ ତୋର କି ଦୋଷ କରିଥିଲି ମୋ ଝିଅକୁ ତୋ ପାଖରୁ କୁଆଡେ ନେଇଗଲୁ ଜେ ଆଉ ତାକୁ ଯେତେ ଖୋଜିଲେ ମଧ୍ୟ ପାଉନି ଏମିତି ବହୁତ କିଛି |ତେବେ ତାହା ଜାଣିବା ପାଇଁ ଆମେ ପହଂଚିଥିଲୁ ଚରମ୍ପା ଅଂଚଳ ବିଦାଙ୍ଗ ରେ ରହୁଥିବା 65 ବର୍ଷୀୟା ବୃଦ୍ଧା ମା ଙ୍କ ପାଖରେ ପହଂଚିବା ପରେ ବଖାଣିଥିଲେ ନିଜ ଆତ୍ମୀୟ ଙ୍କୁ ହରାଇ ଆଜି କେମତି ନିଜ ଠିକଣା ମଧ୍ୟ ହଜାଇଦେଇଛନ୍ତି ତେବେ ଦେଖନ୍ତୁ ଏ ସ୍ୱତନ୍ତ୍ର ରିପୋର୍ଟ :-

ସୂଚନାନୁଯାଇ ଭଦ୍ରକ ପୌରପାଳିକା 1 ନମ୍ବର ୱାର୍ଡ ଚରମ୍ପା ବିଦାଙ୍ଗ ଅଂଚଳର ସ୍ବର୍ଗତ ଲକ୍ଷ୍ମୀଧର ଧଡ଼ା ଙ୍କ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ଧଡ଼ା ଦୁଇ ଝିଅଙ୍କୁ ନେଇ ଛୋଟିଆ ପରିବାର ବହୁ ଅଭାବ ଅନାଟନରେ ଜୀବନ ବିତାଉଥିଲେ କିନ୍ତୁ କାଳକ୍ରମେ ଦଇବ ଦାଉ ସାଧିଲା ଟ୍ରେନ ଦୁର୍ଘଟଣା ରେ ସାନଝିଅକୁ ଦଉବ ଛଡାଇନେଲା ସେତିକିରେ ଦୁଃଖ ସରିନଥିଲା ଅର୍ଣ୍ଣପୂର୍ଣ୍ଣା ଙ୍କର ଝିଅ ମରିବାର କିଛି ମାସ ପରେ ସ୍ୱାମୀ ଲକ୍ଷ୍ମୀଧର ମଧ୍ୟ ବିଛଣା ରେ ପଡି ପଡି ଜୀବନ ହାରିଲେ ଆଉ ସ୍ୱାମୀଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ଅର୍ଣ୍ଣପୂର୍ଣ୍ଣା କିନ୍ତୁ ମାନସିକ ଅକ୍ଷମ ବଡ ଝିଅ ଟିକୁ ନେଇ ତା ମୁହଁକୁ ଚାହିଁ ବାକିତକ ଜୀବନ ବିତାଇବା ପାଇଁ ଭାବିଥିଲା ବୁଢ଼ୀ ମାଟି କିନ୍ତୁ ସବୁ ବଦଳିଗଲା ସବୁ ଭାବନା ଭାବନା ରେ ରହିଗଲା |
ସେଦିନ ଥିଲା 2018 ମସିହା ଜୁଲାଇ ମାସ 23 ତାରିଖ |ସବୁ ଦୁଃଖ ଭୁଲି ମା ଅର୍ନପୂର୍ଣ୍ଣା ଓ ଝିଅ କମଳିନୀ ବାହାରିଲେ ହଟିଆ ଠାକୁର ଜଗା ପାଖକୁ, ବଡଦାଣ୍ଡରେ ପହଁଚିଲେ ଆଗରେ ଚାଲୁଥିଲେ ମାନସିକ ଅକ୍ଷମ ଝିଅ କମଳିନୀ ପଛରେ ଥିଲେ ମା ଅର୍ଣ୍ଣପୂର୍ଣ୍ଣା |ଟ୍ରାଫିକ ଜାମ ହେତୁ ମା ଭିଡରେ ଫସିଯାଇଥିଲେ ଆଉ ଭିଡ ଥମିବା ବେଳକୁ ଝିଅକୁ ପାଇନଥିଲେ ଅର୍ଣ୍ଣପୂର୍ଣ୍ଣା ବହୁତ ଖୋଜିଲେ ପାଖରେ ଥିବା ପୁରୀ ସିଂହଦ୍ୱାର ଥାନା, ଟାଉନ ଥାନା, ସମୁଦ୍ରକୁଳ ଥାନା ରେ ଅଭିଯୋଗ କଲେ ଆଉ ଶେଷରେ କାଳିଆ କୁ ମଧ୍ୟ କହିଲେ ରେ କାଳିଆ ମୋ ଝିଅକୁ ଟିକ ଖୋଜିଦେ ଅଭିମାନରେ କେତେ କଥା କହିଲେ |କାଳିଆ ଉପରେ କ୍ଷୋଭ, ରାଗ, ରୁଷା ରଖି ଘରକୁ ଫେରିଲେ କିନ୍ତୁ ଝିଅକୁ ପାଇଲେ ନାହିଁ |ଆଜିଯାଏ ଝିଅ କୁ ଭୁଲିପାରୁନାହାନ୍ତି ଅର୍ଣ୍ଣପୂର୍ଣ୍ଣା ଝିଅକୁ ଭାବି ଗୁମୁରି ଗୁମୁରି କାନ୍ଦୁଛନ୍ତି ଅର୍ଣ୍ଣପୂର୍ଣ୍ଣା ଆଉ ବେଳେ ବେଳେ ଅଭିମାନ ମଧ୍ୟ କରୁଛନ୍ତି ଜଗା ଉପରେ କାନ୍ଦି କାନ୍ଦି କହୁଛନ୍ତି ଜଗା ରେ ମୋ ଝିଅକୁ ଟିକେ ଖୋଜି ଆଣ ମୁଁ ପୁଣି ତୋତେ ଦର୍ଶନ କରିବାକୁ ଯିବି ଆଉ ଭାବବିହ୍ଵଲ ରେ ପୁଣି ମେଞ୍ଚାଏ କାନ୍ଦୁଥାନ୍ତି |ବୁଢ଼ୀ ମା ଅର୍ଣ୍ଣପୂର୍ଣ୍ଣା ତାର ସର୍ବସ୍ବ ହରାଇ ଆଜି ନିଶ୍ଚିନ୍ନ ହୋଇପଡିଛି ଆଉ ଅନୁରୋଧ କରୁଛି ବାବୁ ମୋ ଝିଅକୁ କେହି ଖୋଜିଆଣନ୍ତୁ |
ଦର୍ଶକ ବନ୍ଧୁ ଖବର ପରେ ଯଦି କେହି ବ୍ୟକ୍ତି ଯୁବତୀଙ୍କ ଖବର ପାନ୍ତି ତେବେ ନିକଟସ୍ଥ ଥାନା ତଥା ଯୁବତିଙ୍କ ଘର ଠିକଣାରେ ଯୋଗଯୋଗ କରିବାକୁ ଅନୁରୋଧ |

Comments (0)
Add Comment