କଳାହାଣ୍ଡି ଜିଲ୍ଲା ଆମପାଣି ରୁ ଧର୍ମଗଡ଼ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଆମପାଣି ଥାନା ଅନ୍ତର୍ଗତ ଭୁର୍ଷାଗୁଡା ରୁ କୁଳେରଗୁଡା ରାସ୍ତା ମଝିରେ ଆଜି ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଏକ ବାଇକ ରେ ଯାଉଥିବା ସ୍ଥାନୀୟ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମ ର ଶଶୀଧର ଦୁର୍ଗା, ପତ୍ନୀ ଗୋମତି ଦୁର୍ଗା ଓ ୮ ବର୍ଷ ର ପୁଅ କରନ ଦୁର୍ଗା ଙ୍କୁ ଏକ ଅଟୋ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ରେ ଶଶୀଧର ଙ୍କ ପତ୍ନୀ ଗୋମତି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ପରେ ଅଟୋ ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।ଦୁର୍ଘଟଣା ଘଟିଥିବା ଦେଖି କିଛି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସମେତ ଆମପାଣି ପୁଲିସ କୁ ଖବର ଦେଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଶଶୀଧର ଓ ତାଙ୍କ ପୁଅ କୁ କୋକସରା ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ବାପା ଓ ପୁଅ ଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ଆମପାଣି ପୁଲିସ ପହଞ୍ଚି ଶବ ଜବତ ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଦୁର୍ଘଟଣା ସ୍ଥଳ ରେ ମୃତକ ଙ୍କ ପରିଜନ ମାନେ ପହଞ୍ଚି ଦୁର୍ଘଟଣା ଗାଡି କୁ ଠାବ କରିବା ସହ କ୍ଷତିପୂରଣ ଦାବି ରେ ବିଜୁ ଏକ୍ସପ୍ରେସ ୱେ କୁ ଅବରୋଧ କରିଥିଲେ।ପରେ ଏ ସମ୍ପର୍କରେ ଅବଗତ ହୋଇ କୋକସରା ତହସିଲଦାର ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଘଟଣାସ୍ଥଳରେ ପହଞ୍ଚି ମୃତକ ଙ୍କ ପରିଜନ ଙ୍କ ସହ ଆଲୋଚନା କରି ସରକାରୀ ନିୟମ ଅନୁଯାୟୀ ଯାହା କ୍ଷତିପୂରଣ ଅର୍ଥ ରହିଛି ତାହା ଦିଆଯିବା ପ୍ରତିଶ୍ରୁତି ସହ ରେଡ଼ କ୍ରସ ରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ମୃତ ମହିଳା ଙ୍କ ଶବ ରାସ୍ତା ରୁ ହଟାଇବା ସହ ରାସ୍ତା ଅବରୋଧ ହଟିଥିଲା।