ପାଣି ଚିନ୍ତା ରେ ମକା ଚାଷୀ

ମକା ଚାଷ ପାଇଁ ନଦୀ ପାଣି ନିଅଣ୍ଟ ଚିନ୍ତାରେ ରହିଛନ୍ତି ଚାଷୀ । ବରବେଲ ପାଇଁ ଟଙ୍କା ଦେଇ ବର୍ଷେ ହେଲା କିନ୍ତୁ ହୋଇ ପାରିଲା ନାହିଁ ବରବେଲ । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ନଦୀ ତୁଠରେ ପାଣି ଶୁଖି ଗଲାଣି । ଫଳରେ ଜଳସେଚନର ଅଭାବ ହେତୁ ମକା ଚାଷ କ୍ଷତି ସହିବା ସହ ଚିନ୍ତାରେ ଅଛନ୍ତି ମକା ଚାଷୀମାନେ ।ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ପଣ୍ଡିତଗୁଡା ଗ୍ରାମର ମକା ଚାଷୀମାନେ ।ଗ୍ରାମ ଦେଇ ଯାଇଛି ଏକ ନଦୀ ,ନଦୀର ଉଭୟ ପାର୍ଶ୍ଵରେ ଗ୍ରାମର ଏକାଧିକ ଚାଷୀ ଖରା ମକା ଚାଷ କରିଛନ୍ତି । ମକା ଗଛ ଅଧା ବଢ଼ିଲା ବେଳକୁ ନଦୀରେ ପାଣି ନିଅଣ୍ଟ , ଫଳରେ ମକା ଚାଷ କ୍ଷତି ସହିବାକୁ ପଡିବ ବୋଲି ଚାଷୀ କହିଛନ୍ତି । ଗ୍ରାମର ଅନେକ ଚାଷୀ ବରବେଲ ଖୋଳିବାକୁ ବର୍ଷେ ତଳେ ଟଙ୍କା ଜମା କରିଛନ୍ତି ।କିନ୍ତୁ ଏଯାଏଁ ମିଳି ନ ଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମକା ଚାଷ କ୍ଷତି ହେବା ସହ ଧାର କରିଥିବା ଟଙ୍କା କିଭଳି ସୁଝିବେ ସେନେଇ ଚିନ୍ତାରେ ରହିଛନ୍ତି ଗ୍ରାମର ଚାଷୀମାନେ । ପ୍ରଶାସନ ଦୃଷ୍ଟି ଦେଇ ଏହି ଚାଷୀ ମାନଙ୍କ ପାଣି ସମସ୍ୟା ଓ ବରବେଲ ଖୋଳିବାକୁ ଦାବି କରିଛନ୍ତି ଗ୍ରାମର ଚାଷୀମାନେ ।

Comments (0)
Add Comment