ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ

ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ପରମ୍ପରା ଅନୁସାରେ ୫ ଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିର ନିକଟରୁ ଫୁଲଚାଙ୍ଗୁଡି ଧରି ବିରାଟ ପଟୁଆରର ଶୋଭାଯାତ୍ରାରେ ଚାରୀ ଠାକୁରାଣୀଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ |  ସେଠାରେ ପୂଜକମାନେ ପୂଜାର୍ଚ୍ଚନା କରି ମା’ଙ୍କୁ ନିମନ୍ତ୍ରଣ କରି  ଆଣିଥିଲେ । ମାତ୍ର ଫୁଲସୁନ୍ଦରାଙ୍କୁ   ମନ୍ଦିରକୁ ଯାଇ ଆମନ୍ତ୍ରିତ କରିଆଣିବା ପରିବର୍ତ୍ତେ ସହର ଉପକଣ୍ଠ ମନ୍ଦିର ସମୁଖ ଆସିକା – ହୁମା ରାସ୍ତାର କାଳୀମନ୍ଦିର ଛକ ନିକଟରେଥିବା ଏକ କଲଭର୍ଟ ଉପରୁ ଆମନ୍ତ୍ରଣକରି ଆଣିଥିଲେ | ଏହାକୁ ଦେଖିବାଲାଗି ଶହଶହ ସଂଖ୍ଯାରେ ଲୋକଙ୍କ ଭିଡ ଲାଗିଥିଲା | ଦିର୍ଘବର୍ଷ ତଳେ ଏକ ବିବାଦୀୟ ଘଟଣାକୁ ନେଇ କଟକଣା ରହିଥିବାହେତୁ  ସେତେବେଳଠାରୁ ଫୁଲସୁନ୍ଦରୀଙ୍କୁ ତାଙ୍କ ମୁଖ୍ୟମନ୍ଦିର ପରିବର୍ତ୍ତେ କଲଭର୍ଟ ଉପରୁ ଆମନ୍ତ୍ରଣ କରାଯାଉଛି| ଦୁଇ ବର୍ଷରେ ଥରେ ସହରକୁ ମା’ ପଞ୍ଚ ଠାକୁରାଣୀ ଆସୁଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇପଡିଛି । ଏହି ଯାତ୍ରା ଦିର୍ଘ ୩୧ଦିନ ଧରି ଚାଲିବା ପରେ ଜୁନ ୮ ତାରିଖରେ ଶେଷ ହେବ । ଯାତ୍ରା କମିଟି ସଭାପତି ରବିନ୍ଦ୍ରକୁମାର ପାତ୍ର, ଉପ ସଭାପତି କ୍ରୁଷ୍ଣଚନ୍ଦ୍ର ପଣ୍ଡା, ସମ୍ପାଦକ ତ୍ରୀନାଥ ପଣ୍ଡା ସହ ସମ୍ପାଦକ ରବିନାରାୟଣ ପଣ୍ଡାଓ କୋଷାଧକ୍ଷ ରବିନ୍ଦ୍ରକୁମାର ଦାଶଙ୍କ ସମେତ କମିଟିର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସହରବାସୀ ସହଯୋଗ କରିବାରେଲାଗିଛନ୍ତି ।
Comments (0)
Add Comment