ନିୟମିତ ଦରମା ଦାବି କରି ଆଶାକର୍ମୀଙ୍କ ଧାରଣା

ପାରଳାଖେମୁଣ୍ଡି, : ନିୟମିତ ଦରମା ନ ମିଳିବା ପ୍ରତିବାଦରେ ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶତାଧିକ ଆଶାକର୍ମୀ ଧାରଣା ଦେବା ସହ ସେମାନଙ୍କ ଦରମାକୁ ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି । ନିଜର ପ୍ରାପ୍ୟ ମିଳୁନଥିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି । ଶତାଧିକ ଆଶାକର୍ମୀମାନେ ଦିନ ୧୦ ଘଣ୍ଟା ଠାରୁ ୨ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଗଜପତି ଜିଲ୍ଲା ମୋହନା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ୭ଟି ସେକ୍ଟରରେ ଥିବା କାର୍ଯ୍ୟରତ ୩୫୦ ଆଶାକର୍ମୀମାନଙ୍କୁ ନିୟମିତ ନିଜର ଦରମା ଓ ପ୍ରୋତ୍ସାହନ ରାଶି ମିଳୁନଥିବା ପ୍ରତିବାଦରେ ଶହ ଶହ ଆଶାକର୍ମୀମାନେ ମେଡିକାଲ୍ ଗେଟ୍ ଅବରୋଧ କରିବା ସହ ଧାରଣାରେ ବସିଥିଲେ । ଦୀର୍ଘ ମାସ ହେବ ଏହି ସମସ୍ୟା ଲାଗି ରହିଥିବା ବେଳେ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଅବହେଳା
ପାଇଁ ଦାୟୀ କରିଛନ୍ତି । ଏହି ସମ୍ପର୍କରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡାଙ୍କୁ ପଚରାଯିବାରୁ ପୂର୍ବରୁ କୌଣସି
ଲିଖିତ ଅଭିଯୋଗ ଆଶାକର୍ମୀ ଦେଇନାହାନ୍ତି । ହଠାତ ଗେଟ ସମ୍ମୁଖରେ ଧାରଣାଦେବା ଫଳରେ ରୋଗୀଙ୍କ ସେବାରେ ଅସୁବିଧା ହେଉଛି ଆଶାକର୍ମୀଙ୍କ ପ୍ରୋତ୍ସାହନରାଶି ଦାବି କରୁଥିବା ବେଳେ ଆଶାକର୍ମୀଙ୍କ ପୋର୍ଟାଲ
ଏଏନଏମ ପୂରଣ କରିଥାନ୍ତି । ଗତ ଜାନୁୟାରୀ ମାସର ସମସ୍ତ ରାଶି ପେମେଣ୍ଟ ହୋଇଯାଇଛି । ଫେବୃଆରୀ ମାସର ରାଶି ଦିଆଯାନାହିଁ କାରଣ ଆଶାଙ୍କ ରାଶି ପାଇବାପାଇଁ ଗୋଟିଏ ଏସଏମ ଏକାଉଣ୍ଟ ଅଛି ଯାହାକି ଏନଏଚଏମ ଅଧିନରେ ଅଛି । ବର୍ତ୍ତମାନ ଏନଏଚଏମ କର୍ମୀ ବିଧାନସଭାରେ ଧାରଣାରେ ଅଛନ୍ତି । ଧାରଣାରୁ ଓହରିଲାପରେ ଅତିଶୀଘ୍ର ସମସ୍ତ ଆଶାଙ୍କ ପ୍ରୋତ୍ସାହନ ରାଶି ମିଳିଯିବ ବୋଲି ଆଶାକର୍ମୀଙ୍କୁ ଲିଖିତ ପ୍ରତିଶୃତି ଦେବାପରେ ଧାରଣା
ପ୍ରତ୍ୟାହୃତ ହୋଇଥିଲା ।

Comments (0)
Add Comment