ନିହାର ରଞ୍ଜନ ମୋଦୀ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ରୂପେ ନିର୍ବାଚିତ

Nihar Ranjan Modi has been elected as the BJP president of Mayurbhanj district

ବାରିପଦା,: ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଶନିବାର ଦିନ ବିଜେପି ମୟୂରଭଞ୍ଜ ପୂର୍ବ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଭାବେ ଜୀବନ ପ୍ରଦୀପ ଦାସ ଏବଂ ପର୍ଯ୍ୟବେକ୍ଷକ ମନସ୍ମିତା ଖୁଣ୍ଟିଆ, ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଭାବେ ନିହାର ରଞ୍ଜନ ମୋଦୀଙ୍କ ନାମ ଘୋଷଣା କରାଯାଇଛି । ନିହାର ରଞ୍ଜନ ମୋଦୀ ୧୯୯୨ ମସିହାରେ ଉଦଳା ଏନଏସସିର ୩ ନମ୍ବର ୱାର୍ଡ କାଉନସିଲର ଭାବେ ନିର୍ବାଚତ ହୋଇଥିଲେ । ୧୯୯୩ ମସିହାରେ ସେ ଜିଲ୍ଲା ଯୁବ ଉପ ସଭାପତି, ୨୦୦୨ରେ ଜିଲ୍ଲା ସାଧାରଣ ସମ୍ପାଦକ ସହ ସେ ବିଜେପିର ଅନେକ ପଦ ପଦବୀର ଅଧିକାରୀ ହୋଇପାରିଥିଲେ । ଗତ କିଛି ବର୍ଷ ଧରି ସେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଦସ୍ୟତା ସଂଯୋଜୋକ ଓ ବାଲେଶ୍ୱର ଜିଲ୍ଲା ଦଳୀୟ ନିର୍ବାଚନ ଅଧିକାରୀ ଭାବେ ଅନେକ ଦାୟିତ୍ୱ ତୁଲାଇଥିଲେ । ଆଜି ତାଙ୍କ ନା ପୂର୍ବତନ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ଉପସ୍ଥିତିରେ ତାଙ୍କ ନାଁ ଘୋଷଣା କରାଯାଇଛି । ମୟୂରଭଞ୍ଜ ବିଜେପିର
ଅନେକ ବିଧାୟକ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ନବ ମନୋନୀତ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମୋଦୀ ଜିଲ୍ଲା ଦାୟିତ୍ୱ ସହ ରାଜ୍ୟ ନେତୃତ୍ୱକୁ ସୁରୁ ଖୁରୁରେ ଚଳାଇବା ସହ ସମସ୍ତ ବିଧାୟକ, ନେତା, ମନ୍ତ୍ରୀ ଓ କର୍ମୀଙ୍କୁ ଏକ ସାଙ୍ଗରେ ନେଇ ରାଜ୍ୟରେ ଏକ ନମ୍ବର ଜିଲ୍ଲା କରିବାକୁ ଆଶା ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟ ପରିଷଦ ସଦସ୍ୟ ଭାବେ ମୋରଡ଼ାରୁ ପ୍ରଦୀପ
ମାଝୀ, ବଡ଼ସାହିରୁ ବ୍ରଜ ମୋହନ ବେହେରା, ଜଗନ୍ନାଥ ମଲ୍ଲିକ, ବାରିପଦାରୁ ପ୍ରମୋଦ ସାହୁ, ପ୍ରବୀଣ କୁମାର ପାତ୍ର,
ଉଦଳାରୁ ମମତା ସାହୁ, ବାଙ୍ଗିରୀପୋଷୀରୁ ରୋହିତ ଦାସ ସିଂ ଓ ଦୁଲାରି ସିଂ ପ୍ରମୁଖ ମନୋନୀତ ହୋଇଛନ୍ତି ।

Comments (0)
Add Comment