ନଦୀ ପଠାରେ ୫ ବର୍ଷ ଝିଅ କୁ ଦୁର୍ଷ୍କର୍ମ

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ହେବାର ସାତ ଦିନ ପରେ ନାବାଳିକାର ବାପା ସାହସ ଜୁଟାଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଘସିପୁରା ଥାନା ର ପାଞ୍ଚ ବର୍ଷର ନାବାଳିକା ଜାଗର ଦିନ ଶିବ ମନ୍ଦିର ସମୁଖରେ ଦିନ ୨ ଟା ରେ ଖେଳୁ ଥିବା ସମୟରେ ଗ୍ରାମର ସନ୍ତୋଷ ଜେନା ନାମକ ବ୍ୟକ୍ତି କୁଶେଇ ନଦୀପଠାକୁ ଡାକି ନେଇ ଦୁଷ୍କର୍ମ କରିଥିଲା ନାବାଳିକାର ଗୋଷୀମା ଖୋଜି ଖୋଜି ଆସି ବନ୍ଧରେ ନାବାଳିକା ପଡିଥିବାର ଦେଖି ଘରକୁ ନେଇ ସମସ୍ତ କଥା ନାବାଳିକା ଠାରୁ ପରିବାର ବର୍ଗ ଶୁଣିଥିଲେ |କାହା ଆଗରେ ପ୍ରକାଶ ନ କରିବା ଓ ଆଇନର ଆଶ୍ରୟ ନ ନେବାକୁ ଦୁଷ୍କର୍ମକାରୀ ପୀଡିତା ପରିବାରକୁ ଧମକ ଦେବା ଶହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା | ଦୁଷ୍କର୍ମକାରୀ ଜଣେ ପ୍ରଭାବ ଶାଳୀ ଓ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ହୋଇ ଥିବାରୁ ଭୟରେ ପୀଡିତାର ପରିବାର ମୁହଁ ଖୋଲୁନଥିଲେ |ଅନ୍ୟପଟେ ପୀଡିତାର ସ୍ୱାସ୍ଥ୍ୟ ଦିନ କୁ ଦିନ ଗୁରୁତର ହୋଇ ପଡିଥିଲା |ତିନି ଦିନ ପରେ ପୀଡିତାର ପରିବାର ଯାଜପୁର ଜ଼ିଲ୍ଲା କୁଆଖିଆ ଥାନା ମଧୁବନ ଗ୍ରାମରେ ଥିବା ବନ୍ଧୁ ଭଉଣୀ ଓ ଭିଣେଇ ଙ୍କୁ ଜଣାଈବାପରେ ବନ୍ଧୁଙ୍କ ସାହାଯ୍ୟରେ ପୀଡିତା ନାବାଳିକାକୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଇଥିଲେ |ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ନିମନ୍ତେ ପୀଡ଼ିତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା |ଡାକ୍ତରମାନେ ନାବାଳିକାକୁ ଚାରିଦିନ ଚିକିତ୍ସା କରିବା ପରେ ନାବାଳିକାର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇଛି |ପୀଡିତା ନାବାଳିକାର ସ୍ୱାସ୍ଥ୍ୟ ଉନ୍ନତି ହେବା ପରେ ପୀଡିତା ବାପା ବୁଧବାର ଦିନ ଦୁଷ୍କର୍ମ ଘଟଣାକୁ ନେଇ ଯାଜପୁର ଥାନା ଲିଖିତ ଅଭିଯୋଗ କରିଥିଲେ |ଘଟଣା ଟି ଘଷିପୁରା ଥାନା ଅନ୍ତର୍ଗତ ଜଳସୁଆଁ ଗ୍ରାମର ହୋଇଥିବାରୁ କେଶ କୁ ଘଷିପୁରା ଥାନା କୁ ପଠାଯାଇଛି ,ପିଡିତା କୁ ନ୍ୟାୟ ଦେବା ପାଇଁ ଅନଦୁଷ୍କର୍ମକାରୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପୀଡିତାର ବାପା ପ୍ରକାଶ କରି ଘଷିପୁରା ଥାନା ର ଦ୍ୱାରସ୍ଥ ହୋଇଛନ୍ତି |ଏହି ଘଟଣାରେ ଯୁବ ଭାରତ କୃଷକ ସଙ୍ଘ ପୀଡିତା କୁ ନ୍ୟାୟ ଦେବା ପାଇଁ ସଭାପତି ଆଗେଇ ଆସି ତାଙ୍କ ବାପା ଙ୍କ ସହିତ ଘଷିପୁରା ଥାନା ରେ ପହଁଚି ଅଭିଯୋଗ କରିଛନ୍ତି ,ଏହି ଘଟଣା ଘଷିପୁରା ପୋଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Comments (0)
Add Comment