ଧର୍ମଗଡ଼ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଶୁଭ ଉଦଘାଟିତ

ଧର୍ମଗଡ,: କଳାହାଣ୍ଡି କଳା, ସଂସ୍କୃତିର ଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ଶୁଭ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିରରୁ ମା’ଙ୍କ କଳସ ବିରାଟ ପଟୁଆର ବାହାରି ସହର ପରିକ୍ରମା କରି ଉତ୍ସବ ପଡିଆକୁ ଆସିବା ପରେ ମଞ୍ଚରେ ସ୍ଥାପିତ କରାଯାଇଥିଲା । କଳାହାଣ୍ଡି ଉତ୍ସବ ଘୁମୁରା ଅଧ୍ୟକ୍ଷ ଧୀମାନ ଚକମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରି, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପୁଲିସ ଅଧିକ୍ଷକ ଅଭିଲାସ ଜି ପ୍ରମୁଖ ଯୋଗଦେଇ କଳାହାଣ୍ଡି ସଂସ୍କୃତିର ଜୟଗାନ କରିଥିଲେ । ଏହି ଉତ୍ସବ ଜିଲ୍ଲାର ବିକାଶର ମାନଚିତ୍ର ଆଙ୍କିବାରେ ସହାୟକ ହେଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉଦ୍ୟାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମର୍ଥ ଦୃଷ୍ଟିହୀନ ସଂଘ ଘୋଟିଆ କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ପରେ ନୃତ୍ୟ କଲା ଅନୁଷ୍ଠାନ ବଜାସାଲ ଭବାନୀପାଟଣା, ଗାୟତ୍ରୀ କଲା ଅନୁଷ୍ଠାନ ରାୟଗଡା, କଳାଜୀବୀ ବରଗଡ଼, ହରିୟାଣାର ଘୁମେର, ଝାରଖଣ୍ଡର ପଲକ, ପୁରୀର ମାଲଖମ, ବଲାଙ୍ଗୀରର ଗୁଡ଼ଖା ଭଳି ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ
କରାଯାଇଥିଲା । ପରେ ଷ୍ଟାର ନାଇଟ ପ୍ରୋଗ୍ରାମରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ ଓ ସାଥିଙ୍କ ନୃତ୍ୟ ଗୀତରେ ଦର୍ଶକ ଝୁମିଥିଲେ ।

Comments (0)
Add Comment