ଝାରସୁଗୁଡା,: ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଳାପାଳଙ୍କ ଅଫିସରେ ଥିବା ଡି.ଏମ୍.ଏଫ ସମ୍ମିଳନୀ କକ୍ଷରେ
ଝାରସୁଗୁଡ଼ା ଜିଲ୍ଳା କ୍ରୀଡାସଂଘର ସଭାପତି ତଥା ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଇ,୨ୟ ଓ.ଏସ.ଏପିର ଦୁର୍ଗପତି ତଥା ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘର ଉପ-ସଭାପତି ପ୍ରସାଦ ତମାଙ୍ଗ, ବରଗଡସଂସଦଙ୍କ ପ୍ରତିନିଧି ଶୋକ୍ଳ ଶର୍ମା, ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ଆଲୋକ କୁମାର ସାହୁ ଉପସ୍ଥିତ ଥିଲେ । ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘର ସାଧାରଣ ସଂପାଦକ ତାପସ କୁମାର ରାୟଚୌଧୁରୀ ବିବରଣୀପାଠ କରିଥିଲେ । ଗତ ବର୍ଷର ଖର୍ଚ୍ଚ ଏବଂ ଏବର୍ଷ ୨୦୨୫ର ବାର୍ଷିକ ଖେଳସୂଚୀ ଓ ବଜେଟ କମିଟିର ବୈଠକରେ ଅନୁମୋଦନ କରାଯାଇ କ୍ରୀଡା ସଂଘର ବିଭିନ୍ନ ବିଷୟରେ
ଆଲୋଚନା କରାଯାଇଥିଲା । ଏହି ଆଲୋଚନା ରେ ଝାରସୁଗୁଡା ଜିଲ୍ଳା କ୍ରୀଡା ଅଧିକାରୀ ତୁଷାର କାନ୍ତି ମିଶ୍ର, କାର୍ଯ୍ୟକାରୀ ସଭାପତି ଡିଲେଶ୍ୱର ରାଓ, ଉପ-ସଭାପତି ବ୍ରିଜେଶ ଶର୍ମା, ଜୀବନ ମହାନ୍ତି, ବିଜୟ ଦାସ, ଗଣେଷ ନାୟକ, ବିଜୟ କୁମାର ବେହେରା, ପ୍ରଜ୍ଝଳ ପଟେଲ, ମଙ୍ଗଳ ଓରାମ, ମୋହନ ମିଶ୍ର, ସୋନୁ ରୋନାଲଡ, ରଣଜିତ୍ ସୋନା ଅଂଶ ଗ୍ରହଣ କରିଥିଲେ । ଶେଷରେ ବ୍ରିଜେଶ ଶର୍ମା, ଧନ୍ୟବାଦ ଦେଇଥିଲେ ।