ଜାତୀୟ ସ୍କୋର୍ଟସ କ୍ଲାଇମ୍ବିଂ: ସାହିଲଙ୍କୁ ଐତିହାସିକ ରୌପ୍ୟ

ଭୁବନେଶ୍ୱର, ୨: ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ସାହିଲ କୁମାର ଦାସୟ ବେଙ୍ଗାଲୁରୁ ଠାରେ ରବିବାର ଶେଷ ହୋଇଥିବା ୨୮ତମ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାରେ ସାହିଲ ଉପକନିଷ୍ଠ ବର୍ଗର ସ୍ପିଡ୍ କ୍ଲାଇମ୍ବିଂରେ ରେପ୍ୟ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ବିରଳ ସଫଳତା ଅର୍ଜନ କରିଛନ୍ତି । ଓଡ଼ିଶା ପାଇଁ ଏହା
ପ୍ରଥମ ଜାତୀୟ ପଦକୟ ଟିଏସ୍ଏଏଫ୍ ସ୍ପୋର୍ଟସ କ୍ଲାଇମ୍ବିଂ ଏଚ୍ପିସିର ଅନ୍ତେବାସୀ ସାହିଲ ପ୍ରଶିକ୍ଷକ ଚିନ୍ମୟ ମହାରଣାଙ୍କଦ୍ୱାରା ପ୍ରଶିକ୍ଷଣ ପାଇ ଆଗକୁ ବିଛନ୍ତି । ଜୋନାଲ୍ ଓ ଜାତୀୟ ପଦାର୍ପଣରେ ଏବେ ଓଡ଼ିଆ ଖେଳାଳିଙ୍କ
ଚମକ୍ରାର ପ୍ରଦର୍ଶନ ଏହି ଖେଳ ପ୍ରତି ଆକର୍ଷଣକୁ ବାଇଛି । ଗତ ସପ୍ତାହରେ ସର୍ବଭାରତୀୟ ପ୍ରତିଯୋଗିତାରେ ଶୁଭ୍ରାଂଶୁ ଶେଖର ମାହୁନ୍ତ ୨ଟି କାଂସ୍ୟ ପଦକ ଜିତିଥିଲେୟ ସାହିଲଙ୍କ ଜାତୀୟ ସଫଳତା ତାଙ୍କୁ ଏବେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଆଣି ଦେଇଛି ବୋଲି ଚିନ୍ମୟ ସୂଚନା ଦେଇଛନ୍ତି ।

Comments (0)
Add Comment