ଜମ୍ମୁ କାଶ୍ମୀର ରେ ପହଲ ଗ୍ରାମଠାରେ ନିରୀହ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଘ୍ୟାପନ କରି କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ!

ମୁରିବାହାଲ  : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫ ରୁ ସିରୋଲ ଗ୍ରାମପଞ୍ଚାୟତ ସଦରମହକୁମା ଠାରେ ଜାମ୍ମୁ କାଶ୍ମୀରର ପହଲଗ୍ରାମଠାରେ ନିରୀହ ତୀର୍ଥଯାତ୍ରୀ ମାନଙ୍କୁ ନିର୍ମମ ଭାବରେ ହତ୍ୟାକରିଥିବା ଆତଙ୍କବାଦୀ ମାନଙ୍କୁ ଦୃଢ ନିନ୍ଦା କରାଯାଇ, ସହିଦ ତୀର୍ଥଯାତ୍ରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ ସମ୍ପୃକ୍ତ ଜିପି ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଲମ୍ବୁଧର ବଗର୍ତ୍ତି,ପୂର୍ଣ୍ଣ ପୋଡ଼, ମୋହନ ହାତୀ,ଉତ୍ତମ ବଗର୍ତ୍ତି, ଗୋପୀ ହାତୀ,ନୁରପତି ବଗର୍ତ୍ତି, ଧୁବା ମହାକୁଡ଼, ଉମା ହାତୀ, ଛବି ବଗର୍ତ୍ତି,ପୁର ବଗର୍ତ୍ତି ବେଣୁ ନାଗ,ଥବିର ବଗର୍ତ୍ତି, ଦୁଃସାସନ ପାଣିଗ୍ରାହୀ, ମାଧବ ବାଗ, ବରୁଣ ଲୁହା, ମନୋଜ ପୋଢ଼ ସହିତ ଶତାଧିକ ମହିଳା ଓ ପୁରୁଷ l ସହିତ ତୀର୍ଥଯାତ୍ରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ପରିବାର ବର୍ଗଙ୍କୁ ଭଗବାନ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଜୈନ ମହୋଦୟ ସହିଦ ତୀର୍ଥଯାତ୍ରୀ ମାନଙ୍କ ସ୍ମୁତି ଉଦ୍ୟେଶ୍ୟରେ ଆଗାମୀ ଦିନରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ ରଖିଥିଲେ ଏବଂ ସହିଦ ମାନଙ୍କ ଆତ୍ମାର ସତଗତି କାମନା କରିଥିଲେ l

Comments (0)
Add Comment