ଜନସେବା ଦିବସରେ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

ରାୟଗଡ- ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ସିଧା ପ୍ରସାରଣ ମାଧ୍ୟମରେ କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରlୟଗଡ଼ ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟ. ୩୫୦୦/- ଙ୍କା ବଣ୍ଟନ କରିଛନ୍ତି l ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ରlୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରତ୍ୟେକ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି l ବର୍ଦ୍ଧିତ ଭତ୍ତା ମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ରାୟଗଡ ଜିଲ୍ଲାରୁ ୮୦ବର୍ଷରୁ ଉର୍ଦ୍ଧ ୫୦୪୪ ଜଣ ଏବଂ ୮୦%ରୁ ଉର୍ଦ୍ଧ ଦିବ୍ୟାଙ୍ଗ ୧୦୧୪ ଜଣକୁ ମିଶାଇ ଜିଲ୍ଲାରେ ସର୍ବ ମୋଟ ୬୦୫୮ ଜଣକୁ ପାଇବାକୁ ଥିବା ବେଳେ ଆଜି ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ୪୫୪ଜଣକୁ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ୨୫୭ଜଣକୁ ଜିଲ୍ଲାରେ ବର୍ଦ୍ଧିତ ହାରରେ ଟ ୩୫୦୦/-ଙ୍କା ଲେଖାଏଁ ଭତ୍ତା ପ୍ରଦାନ ଦିଆଯାଇଛି l

Comments (0)
Add Comment