ଘରେ ପଶି ୩ ମହିଳାଙ୍କୁ ହାଣିଲେ

ଘର ଭିତରେ ପଶି 3 ମହିଳା ଙ୍କୁ ହାଣିଲେ ଅଜଣା ଦୁର୍ବୁତ୍ତ । ବଡ ବୋହୁ ମୃତ୍ୟୁ ବରଣ କରିଥିବା ବେଳେ ସାନ ବୋହୁ ଓ ଶାଶୂ ଗୁରୁତର ଅଛନ୍ତି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁ ର ଘଟଣା ଘଟିଥିବା ସୂଚନା ମିଳିଛି । ଆକ୍ରମଣ ର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣ ରେ ଏକାଧିକ ଲୋକ ଙ୍କ ସଂପୃକ୍ତି ଥିବା ସନ୍ଦେହ । ଘରେ କେହିନଥିଲା ବେଳେ ସଂଗବଦ୍ଧ ଭାବେ ଘର ଭିତରେ ପଶି ମହିଳା ମାନଙ୍କୁ ଆକ୍ରମଣ ହୋଇଥିବା ସୁଚନା । 3 ଜଣ ମହିଳା ଙ୍କୁ ଭଣ୍ଡାରିପୋଖରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବଡ ବୋହୁ ଝୁନୁଲତା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସାନ ବୋହୂ ସସ୍ମିତା ସାହୁ ଓ ଶାଶୂ କନକ ଲତା ସାହୁ ଗୁରୁତର ଅଛନ୍ତି ।

Comments (0)
Add Comment