ଗୋଟିଏ ଦିନରେ ୧୬ଟି ରେଳ ବଗି ରେକ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦୀପ,: ମାର୍ଚ୍ଚ ୧ ତାରିଖ ଦିନ ଗୋଟିଏ ଦିନରେ ୧୦ଟି କୋଇଲା ଓ ୬ଟି ଆଇରନ ଓର ସର୍ବମୋଟ ୧୬ଟି ରେଳ ବଗି ରେକ ଖଲାସ
କରି ପାରାଦୀପ ବନ୍ଦର ପ୍ରାଧିକାରଣ ତାର ପୂର୍ବ ରେକର୍ଡକୁ ଅତିକ୍ରମ କରି ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ଦେଶର ଏକ ନମ୍ବର ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରି ଚାଲିଥିବା ବେଳେ ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ବନ୍ଦରର ସମସ୍ତ କର୍ମଚାରୀ, ଅଧିକାରୀ ଓ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ପ୍ରଚେଷ୍ଟା ପାରାଦୀପ ବନ୍ଦରକୁ ଏହିପରି ଆଗକୁ ନେବାରେ ସହାୟକ ହେବା ନେଇ କାମନା କରିଛନ୍ତି । ସୂଚନାଥାଉକି, ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଓ ପୋତାଶ୍ରୟର ଯାନ୍ତ୍ରିକରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ଏବଂ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦଙ୍କ ସଠିକ ନେତୃତ୍ୱ ଯୋଗୁଁ ବନ୍ଦରର ପଣ୍ୟ ପରିଚାଳନା ଓ ଜାହାଜ ଚଳାଚଳରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି ।

Comments (0)
Add Comment