ଗୃହୀଣିରୁ ସଫଳ ମହିଳା ଗୋ-ଚାଷୀ, ଗୋପାଲନ କରି ରାଜ୍ୟ ସରକାରଙ୍କୁ ଠାରୁ ସମ୍ବର୍ଦ୍ଧିତ

ଧର୍ମଗଡ଼,: ପେଶାରେ ଜଣେ ଗୃହିଣୀ, ହେଲେ ଗୋ-ପାଳନ କରି ଜଣେ ମହିଳା ସଫଳ ଗୋ ଚାଷୀ ଭାବେ ମତ୍ସ ଓ
ପ୍ରାଣୀ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସରେ ରାଜ୍ୟ ସରକାରଙ୍କ ଠାରୁ ସମ୍ବର୍ଦ୍ଧିତ
ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ସରପଞ୍ଚ ତଥା ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସହ ଧର୍ମିଣୀ ସାରଙ୍ଗିନୀ ପ୍ରଧାନୀଙ୍କୁ ଭୁବନେଶ୍ୱରରେ ମତ୍ସ୍ୟ ଓ ପ୍ରାଣି ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘବର୍ଷ ହେବ ସାରଙ୍ଗିନୀ ଗୋ-ପାଳନ ପାଇଁ ନିଜ ପ୍ରଚେଷ୍ଟାରେ ବିଭିନ୍ନ ପ୍ରଜାତିର ଗାଈ ଆଣି ଗୋପାଳନ ଆରମ୍ଭ କରିଥିଲେ । ଗୋପାଳନରୁ ସେ କ୍ଷୀର, ଦହି, ଲହୁଣୀ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜେ ସ୍ୱାବଲମୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତାଙ୍କର ଏହି ସଫଳତା ପଛରେ ସ୍ୱାମୀଙ୍କ ପ୍ରୋତ୍ସାହନ ଓ ପରିବାରର ସହଯୋଗ ମଧ୍ୟ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହେବା ପରେ ବିଭିନ୍ନ ମହଲରୁ ମହିଳା ଗୋ-ଚାଷୀ ଶ୍ରୀମତୀ ପ୍ରଧାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment